STORYMIRROR

Prakash ranjan Swain

Abstract Inspirational

3  

Prakash ranjan Swain

Abstract Inspirational

ସ୍ମୃତିରେ ତୁମେ

ସ୍ମୃତିରେ ତୁମେ

1 min
169

ଇତିହାସ ଯା'ର    ନାମ ନେଲାବେଳେ

      ଢାଳିଦିଏ ଲୁହଧାରା

କଟକ ଜିଲ୍ଲାର    ବୀରପୁତ୍ର ସିଏ

      ବୀରତ୍ୱର ଅଗ୍ନିଶିଖା।

ଅଠର ଶହ     ସତାନବେ ମସିହା

     ଜାନୁୟାରୀ ତେଇଶିରେ

ଭାରତ କୋଳରେ    ଜନ୍ମ ନେଇ ସିଏ

     ଗଢିଲେ ଆଜାଦ ସେନା ।

ବୁଲି ବୁଲି ସିଏ    ଦେଶ ବିଦେଶରେ

      ଏକଜୁଟ କଲେ ସେନା

ଅହିଂସାରେ ନୁହଁ    ହିଂସା ନୀତି ବଳେ

       ଜିତିହେବ ଜଣାଥିଲା।

କାହିଁ କେତେ ବର୍ଷ    ଲଢି ଲଢି ସିଏ

       କିଛି ରାଜ୍ୟ ମୁକ୍ତ କଲେ

କୂଟନୀତି ବଳେ    ଇଂରେଜ ହାତରେ

       କାରାବାସ ଯାଇଥିଲେ।

ପାରିଲାନି ବାନ୍ଧି     ଲୁହର ଶିକୁଳି

       କାରାଗାର ଲୌହଦଣ୍ଡ

ଖସି ଗଲେ ସିଏ    ଶତ୍ରୁ କବଳରୁ

      କରିଲେ ଅଜ୍ଞାତ ବାସ।

ଶୁଣିଥିଲି ଦିନେ     ଘୋଡ଼ା ଚଢ଼ି ସିଏ

       ଖଣ୍ଡା ଧରି ଲଢ଼ିଥିଲେ

ଭାରତ ମାଆର     ସୁଯୋଗ୍ୟ ସନ୍ତାନ

       ଆମର ନେତାଜୀ ସିଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract