Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ହେ ଦେବୀ

ହେ ଦେବୀ

1 min
389



ପରିତ୍ରାଣ ଋତୁ ପରା ପବିତ୍ର ପାର୍ବଣ  

ଧରାବତରଣ ଦେବୀ କରିବେ କଲ୍ୟାଣ !


କଲ୍ୟାଣମୟୀ ଜନନୀ ଦୁର୍ଗା ଦଶଭୁଜା 

କରିବେକଲ୍ୟାଣ ମାତା ଧରିଦଶଭୂଜା !


ପଡ଼ିବ  ପଦଯୁଗଳ  ଦିଶିବ ସୁନ୍ଦର 

ଧରାବସୀ ଆତୁର ତା ସ୍ପର୍ଶ ପାଇଁ ତା'ର !



ପରମବୈଷ୍ଣବୀ ଦେବୀ ଶକ୍ତି ସ୍ବରୂପିଣୀ

ବ୍ରହ୍ମମୟୀ ମହାଶକ୍ତି ଜଗତ କଲ୍ୟାଣୀ !



ଚଳଚଞ୍ଚଳର ଦୃଶ୍ୟ ଗାଆଁ ରୁ ସହର 

ଭକ୍ତିମୟ ହୋଇ ଯିବ ଭକ୍ତିରେ ସଂସାର!


ସୁସଜ୍ଜିତ  ପରିବେଶ  ହୁଏ ଅଙ୍କୁରିତ

ସ୍ବାଗତରେ ଚାହିଁ ଛନ୍ତି ହୋଇ ଉତ୍ସାହିତ !


ସିଂହ ବାହନରେ ଦୁର୍ଗେ ହେବେ ଆବିର୍ଭାବ

ନର ନାରୀ ଜୀବ ଜନ୍ତୁ ଖୁସି ମନ ଭାବ !


ପବିତ୍ର ପାର୍ବଣ ତାଙ୍କ କାହିଁ ପଟାନ୍ତର

କିଏ ବା ବର୍ଣ୍ଣିବ ଶକ୍ତି ଅଛିଜ୍ଞାନକାର !


ମାସ ଆଶ୍ୱିନରଶୁକ୍ଳପକ୍ଷ ଷଷ୍ଠୀଦିନଠାରୁ

ଦେବୀଙ୍କର ପୂଜା ପାଠ ହୋଇଯିବ ଶୁରୁ !


ଦଶମୀ ପର୍ଯ୍ୟନ୍ତ ହେବ ଦୁର୍ଗାଙ୍କର ପୂଜା 

ଖୁସି ଓ ଆନନ୍ଦ ଅତି ମର୍ତ୍ତ୍ୟ ଲୋକ ପ୍ରଜା !



Rate this content
Log in

Similar oriya poem from Abstract