Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Abstract

4.7  

Gobinda Chandra Sethi

Abstract

ଫେରିଆ ମୌସୁମୀ

ଫେରିଆ ମୌସୁମୀ

1 min
410


ଫେରିଆ ମୌସୁମୀ ତୋତେ ମୋର ରାଣ

            ତୋର ପାଇଁ କେତେ ସହିବି କଷଣ l

ଦୁଃଖେ ଫାଟିଲାଣି ହୃଦୟ ମୋହର 

              କର ନାହିଁ ତୁହି ଏତେ ହତାଦର l

ବୋହୁନି ନୟନୁ ଆଉ ଅଶ୍ରୁଧାର 

            ହୃଦୟରେ ଆଜି ନାହିଁ ମୋର ନିର l

କାନ୍ଦେ ତରୁଲତା ପଶୁପକ୍ଷୀ ମୋର

           ମା' ହୋଇ ବୁଝେନି ହୃଦୟ ତାଙ୍କର l

ତୋର ପାଇଁ ପିନ୍ଧେ ସବୁଜର ବସ୍ତ୍ର

             ଫଟା ଚିରା ପିନ୍ଧି ହୋଇଛି ଵିଵସ୍ତ୍ର l

ବରଷେ ହେଲାଣି କେଉଁଠି ରହିଛୁ

           ଫେରିବାକୁ କେତେ ପ୍ରତୀକ୍ଷା କରିଛୁ l

ଅନ୍ୟ ଦେଶ କଥା ସତରେ ବୁଝୁଛୁ

            ଆଜି ଏଠି ସର୍ବେ ଦୁଃଖରେ ଝୁରୁଛୁ l

ଜୀବଜନ୍ତୁ ଆଜି ତୃଷାରେ ବିକଳ 

               ବୃକ୍ଷ ଲତା ସବୁ ଧରଇ ଅନଳ l

ଶୁଭୁନାହିଁ ଆଜି ଚିଡ଼ିଆର ଡାକ

            ରାବୁ ନାହିଁ କାକ ଆଉ ସେ ଡାହୁକ l

କହିଲେଣି ସର୍ବେ ପଡିଲା ଦୁର୍ବିକ୍ଷ

            ଅନ୍ୟ ଦେଶ ଯାଇ ହୋଇବୁ ଭିକ୍ଷୁକ l

ଫେରିଆ ମୌସୁମୀ ବରଷାର ରାଣୀ

            ବାଦଲ ଫଟାଇ ଢ଼ାଳିଦେ ତୁ ପାଣି l

ଭରିଦେ ସରିତା ଆଉ ପୁଷ୍କରିଣୀ

            ହସୁ ବୃକ୍ଷ ଲତା କରିଦେ ତୁ ଋଣୀ l

ପରିବେଶ ରକ୍ଷା ଜୀବନ ସୁରକ୍ଷା

            ଭୁଲିନି ମାନବ ଆଜି ନେଲା ଶିକ୍ଷା l

ପରିବେଶ ପାଇଁ ହେବ ଯତ୍ନବାନ

           ଦୁଃଖ ଦେବ ନାହିଁ ତୋର ଆଗମନ l

ଫେରିଆ ଫେରିଆ ମୌସୁମୀ ଆମର

            କେବେ କର ନାହିଁ ପାତର ଅନ୍ତର l

ଶୁଣହେ ସନ୍ତାନେ ବସୁଧା ମାତାର

            ଚିର ଦୁଃଖ ଆମ ହୋଇ ଯିବ ଦୂର l

ମୌସୁମୀ ଆମର କରିବନି ରୋଷ

              ସନ୍ତୁଳନ ଯଦି ହେବ ପରିବେଶ l

ମୌସୁମୀ ମୋହର ଦେବନି ଆଘାତ

              ହସି ହସାଇବ ଏ ସାରା ଜଗତ l


Rate this content
Log in

Similar oriya poem from Abstract