STORYMIRROR

Gobinda Chandra Sethi

Abstract Inspirational Thriller

4.5  

Gobinda Chandra Sethi

Abstract Inspirational Thriller

ନୂଆ ବରଷ

ନୂଆ ବରଷ

1 min
19

ପଚିଶି ତୋ ଯୁଗ ହୋଇଲା ଶେଷ 
ହୃଦେ ଭରିଥିଲ ଦୁଃଖ ଅଶେଷ ।
କେବେ ଦେଇ ନାହୁଁ ଶାନ୍ତି ଓ ପ୍ରୀତି 
ପୁର ପଲ୍ଲୀ ଠାରୁ ଦେଶ ଅଶାନ୍ତି।
ଆଜି ମଧ୍ୟ ରାତ୍ରେ ଯାଉଛ ଖସି 
ଦୁଃଖ ପରେ ଦୁଃଖ ଥିଲ ବରଷି।
ଆତ୍ମୀୟ ସ୍ୱଜନ ଅନେକ ଗଲେ 
ଦୁଃଖର କୋହଟା ନ ସରେ ଭଲେ।
ଦେଶ ଦେଶେ ମଧ୍ୟେ ଦେଖୁ ଲଢ଼େଇ 
ନିରୀହ ଜୀବନ ନେଲ ଛଡେଇ ।
ମଧ୍ୟ ରାତ୍ରେ ଉଭା ଛବିଶି କଲା
ସଂସାର ଦାୟିତ୍ୱ ପଚିଶି ଦେଲା ।
ଆଉ ଉନ୍ମାଦନା ମନରେ ନାହିଁ 
ସ୍ୱାଗତ କରିବା ନୂଆକୁ କାହିଁ।
ଅଧୁରା ଦାୟିତ୍ୱ ହେବ ପୂରଣ 
ଦେଖି ଦେଖି କେତେ ନୂଆ ସପନ।
ଆସୁ ଶୀତଳତା ଆଉ ସ୍ଥିରତା 
ଅନ୍ତରରେ ଆସୁ ସେ ବିନମ୍ରତା ।
ଧୈର୍ଯ୍ୟ ସ୍ଥିତପ୍ରଜ୍ଞା କରିବା ଧ୍ୟେୟ 
ଶପଥ ପଥରେ ନଥିବ ଭୟ।
ନୂଆ ବର୍ଷ ଦେଉ ନୂଆ ସୁବାସ 
ଖୁସି ଦେଉଥାଉ ସେ ବାର ମାସ।
ନୂତନ ବର୍ଷର ଅଭିନନ୍ଦନ 
ଅଲେଖା ପୃଷ୍ଠାକୁ କର ପୂରଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract