STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଗୋବର୍ଦ୍ଧନ ପୂଜା

ଗୋବର୍ଦ୍ଧନ ପୂଜା

1 min
631


ପୂଜା ଗୋବର୍ଦ୍ଧନ ପବିତ୍ର ପୂଜନ ହିନ୍ଦୁ ସନାତନ ଧର୍ମେ

ଗୋମାତାର ସଙ୍ଗେ ଗୋବର୍ଦ୍ଧନ ପୂଜା

ଅଟେ ହିନ୍ଦୁ ଶାସ୍ତ୍ର ଧର୍ମେ।


     ଦୀପାବଳି ପରେ ଗୋବର୍ଦ୍ଧନ ପୂଜା

     ହୁଏ ତାର ଅନ୍ୟ ଦିନେ  

     କାର୍ତ୍ତିକ ମାସର ଶୁକ୍ଳପକ୍ଷ ତିଥି

    ହୁଏ ପ୍ରତିପଦା ଦିନେ।


ମଥୁରା ଗୋକୁଳେ ଅତି ହିଁ ଉତ୍ସବ ବୃନ୍ଦାବନ ବନାରସେ

ଘରେ ଘରେ ହୁଏ ଗୋମାତାର ପୂଜା

ଭକ୍ତିପୂତ ଓ ଉଲ୍ଲାସେ।


     ସମ୍ପୁର୍ଣ୍ଣ ଭାରତେ ଗୋବର୍ଦ୍ଧନ ପୂଜା

 ଐତିହାସିକ ଟି ଏହୁ

     ଗୋବର୍ଦ୍ଧନ ଗିରି ଲେଖନ୍ତି ଭୂମିରେ

     ପୂଜନ୍ତି ଭକ୍ତିରେ ସେହୁ।


ଜଳରେ ଧୂଆନ୍ତି ଗୋମାତାକୁ ତାଙ୍କୁ ସଜାନ୍ତି ଅତି ଯତ୍ନରେ

ବନ୍ଦାପନା ତାଙ୍କୁ କରନ୍ତି ଭକ୍ତିରେ 

ଖୁଆନ୍ତି ଅତି ଆଦରେ।


     ଘର ଶଙ୍ଖନାଦେ ପୁରୀ ଉଠୁଥାଏ

     ହୁଳହୁଳି ଶବ୍ଦ ପୁଣି

     ନଟଖଟ କୃଷ୍ଣେ ପୂଜନ କରନ୍ତି

     ଗିରି ଗୋବର୍ଦ୍ଧନ ପୁଣି।


ଇନ୍ଦ୍ରକୁ ପୂଜନ୍ତି ଆଦର ଭକ୍ତିରେ ଜନହୀତେ ବର୍ଷା ପାଇଁ

ଶୁଭ ଦୃଷ୍ଟି ହେଉ ଜଗତ କଲ୍ୟାଣେ

ସୁଖ ସମ୍ପନର ପାଇଁ।


      କୃଷ୍ଣ ଆରାଧନା ଭକ୍ତିଚିତେ ହୁଏ

      ଗୋମାତାର ରକ୍ଷା ପାଇଁ,

      ରକ୍ଷା କରିବେଟି ବଂଶୀଧାରୀ କୃଷ୍ଣ

      ଏହୁ ପୂଜା ତାଙ୍କ ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract