Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabodha Mudra

Abstract Others

4  

Prabodha Mudra

Abstract Others

ତମସୋ ମା ଜ୍ଯୋତିର୍ଗମୟ

ତମସୋ ମା ଜ୍ଯୋତିର୍ଗମୟ

1 min
489


ଶାରଦୀୟ ପାର୍ବଣାନ୍ତେ ହେମନ୍ତ ସହିତ କାର୍ତ୍ତିକାଗମନ ।

ବିବିଧ ବ୍ରତୌଷାର ପର୍ବ ଏ ଧରାକୁ କରିଥାନ୍ତି ପାବନ ।।


ଶୀତସିକ୍ତ ପରିବେଶ ଧର୍ମୀୟ ମାସର ଭକ୍ତିମୟ ସ୍ତବ ।

ଶ୍ରଦ୍ଧା-ବିଶ୍ୱାସ ଓ ଭକ୍ତି ନୈବେଦ୍ୟରେ ଆତ୍ମସମର୍ପିତ ଭାବ ।।


ଆଶ୍ବିନର କୃଷ୍ଣପକ୍ଷ ଧରାଧାମେ ଅନ୍ଧକାରେ ପିତୃଗଣ ।

ତିଳୋଦକ ପ୍ରାପ୍ତି ଓ ପିଣ୍ଡ ଆଶାରେ କରିଥାନ୍ତି ବିଚରଣ ।।


ମହାଳୟାଠୁ ଦୀପାବଳୀ ଯାଏ ମର୍ତ୍ତ୍ଯେ ଥାନ୍ତି ପିତୃପୁରୁଷ ।

ଅମାବାସ୍ୟା ସାୟଂକଳୀନ ଜ୍ଯୋତିରେ କରନ୍ତି ସ୍ବର୍ଗପ୍ରବେଶ ।।


'ଦୀପଂ ଜ୍ଯୋତି ପରଂବ୍ରହ୍ମ' ମନ୍ତ୍ରରେ କରି ପ୍ରଦୀପ ପ୍ରଜ୍ଜ୍ବଳନ ।

ଗୃହକୁ ଆଲୋକେ କରି ସୁସଜ୍ଜିତ ହୋଇଥାନ୍ତି ସୁପ୍ରସନ୍ନ ।।


ଦୀପାବଳୀର ପ୍ରଦୋଷ ସମୟେ ଦ୍ଯନ୍ତି ଶ୍ରଦ୍ଧାରେ ପିତୃଶ୍ରାଦ୍ଧ ।

ଆଲୋକ ବର୍ତ୍ତିକା ଦେଖାଇ ପିତୃଙ୍କୁ ବିଦାୟ ଦିଅନ୍ତି ସଶ୍ରଦ୍ଧ ।।


ମନେ ଭକ୍ତି ଭାବ ବହିଣ ସରବେ କରିଥାନ୍ତି ଓଷା ବ୍ରତ ।

ତୁଳସୀ ମୂଳରେ ରାଧା-ଦାମୋଦର ପୂଜା କରୁଥାନ୍ତି ଭକ୍ତ ।।


କୁମାରପୂର୍ଣ୍ଣିମା ଦିବସେ ଓଡ଼ିଆ ଗଜଲକ୍ଷ୍ମୀ ପୂଜିଥାନ୍ତି ।

ଉତ୍ତର-ପଶ୍ଚିମ ଭାରତୀୟମାନେ ଧନତେରସ ପାଳନ୍ତି ।।


ଦୀପ ସମୂହର ପରବ ଏହାତ ନୁହେଁ ବିଷ୍ଫୋରକ ପ୍ରଷ୍ଫୁଟନ ।

ଆଲୋକରେ ସର୍ବେ ହ୍ବନ୍ତି ଉଦ୍ଭାସିତ ନାହିଁ ଭେଦଭାବ ଜ୍ଞାନ ।।


ଅମା ଅନ୍ଧକାର ହୁଏ ଦୂରୀଭୂତ ଆଲୋକର ପ୍ରଜ୍ଜ୍ବଳନେ ।

ଶବ୍ଦ ଓ ବାୟୁର ହୁଏ ପ୍ରଦୂଷଣ ବିଷ୍ଫୋରକ ବିଷ୍ଫୋରଣେ ।।


ଶ୍ଯାମାକାଳୀଙ୍କର ହୁଏ ପୂଜୋତ୍ସବ ଏହି ଅମାବାସ୍ୟା ଦିନ ।

ଭାବାବେଗେ ଭକ୍ତ ମହୋଲ୍ଲାସରେ କରିଥାନ୍ତି ମାତୃ ବନ୍ଦନ ।।


ଅଜ୍ଞାନତାମସ ହେଉ ଦୂରୀଭୂତ ଜ୍ଞାନଜ୍ଯୋତି ପ୍ରକଟିତ ।

ମାନବ ମାନସୁ ଦାନବ ପ୍ରକୃତି ହେଉ ସଦା ଭସ୍ମୀଭୂତ ।।


'ତମସୋ ମାଂ ଜ୍ଯୋତିର୍ଗମୟ' ଆପ୍ତ ବାକ୍ୟ ହେଉ ଧ୍ଯେୟ ।

ଅଧର୍ମ ଓ ପାପର ହେଉ ପରାହତ ଧର୍ମର ହେଉ ଜୟ ।।


ଶୁଭ ଦୀପାବଳୀ ଖୁସିର ମୁହୂର୍ତ୍ତେ ସଭିଙ୍କୁ ଅଭିନନ୍ଦନ ।

ସୁଖ-ନିରାମୟ ଜୀବନ ବିତାନ୍ତୁ ବିଭୁଙ୍କୁ ମୋ ନିବେଦନ ।।


Rate this content
Log in

Similar oriya poem from Abstract