STORYMIRROR

Prabodha Chandra Mudra

Children

4  

Prabodha Chandra Mudra

Children

ନବୀନ ଆଶାର ଜ୍ଯୋତି

ନବୀନ ଆଶାର ଜ୍ଯୋତି

1 min
513

ସ୍ରଷ୍ଟାଙ୍କର ଶ୍ରେଷ୍ଠ ସୃଷ୍ଟି ମାନବ 

ଏହି ଜନ୍ମଟି ଅତ୍ୟନ୍ତ ଦୁର୍ଲଭ ।


ପୂର୍ବ ଜନ୍ମର ଥିଲେ ଯେ ସୁକୃତ

ମନୁଷ୍ୟ ଜନ୍ମ ହୁଅଇ ପ୍ରାପତ ।


ଶିଶୁ ଅଟଇ ଅମୃତ ସନ୍ତାନ

ଭବ ଉଦ୍ୟାନେ କଳିକା ସମାନ ।


ଶିଶୁ କଳିକାର ହେଲେ ବିକାଶ

କଳିକାରୁ ପୁଷ୍ପ ପରିପ୍ରକାଶ ।


ମନ୍ତ୍ରମୁଗ୍ଧ କରେ ଯେହ୍ନେ ପ୍ରସୁନ 

ଶିଶୁ ହସରେ ଉଲ୍ଲସିତ ପ୍ରାଣ ।


ଶିଶୁ ଅଟଇ ଅବୋଧ-ଅଜ୍ଞାନ 

ଛଳ-କପଟ ତାହାର ଯେ ଶୂନ୍ୟ ।


କେହି ନାହାନ୍ତି ଶତ୍ରୁ-ମିତ୍ର ତା'ର

ସମସ୍ତଙ୍କୁ କରଇ ଆପଣାର ।


ଆଶା-ଭରସାର ଶ୍ରେଷ୍ଠ ଦ୍ଯୋତକ

ସମାଜକୁ ଦେଖାଏ ସେ ଆଲୋକ ।


କଞ୍ଚା ମାଟି ପରି ତା'ର ସ୍ବରୂପ

ଯଥା ଗଢିଲେ ହେବ ସେହି ରୂପ ।


ଭବିଷ୍ୟତର ସେ ଯେ ନାଗରିକ

ରାଷ୍ଟ୍ର ପାଇଁ ହେବ ମହାନାୟକ ।


ତା'ର ମୁଖଲାବଣ୍ଯର ଦର୍ଶନ 

ମିଳେ ନବୀନ ଆଶାର କିରଣ ।


ଅସ୍ଥିର ପଦପାତର ଗମନ

ସମସ୍ତଙ୍କୁ କରଇ ଆକର୍ଷଣ ।


ବାଳୁତ ଦୃଷ୍ଟିରେ ସର୍ବେ ସମାନ

ଥାଏ ଭେଦଭାବ ରହିତ ଜ୍ଞାନ ।


ଶ୍ରୀରାମଙ୍କ ଅପୂର୍ବ ଶିଶୁ ଲୀଳା

ଶ୍ରୀକୃଷ୍ଣଙ୍କ ଲୀଳା ବିଚିତ୍ର ଥିଲା ।


ଶିଶୁ ଦିବସେ ସଭିଙ୍କୁ ଆଶିଷ

ଶିଶୁ ମୁହଁରେ ସଦା ଫୁଟୁ ହସ ।


Rate this content
Log in

Similar oriya poem from Children