STORYMIRROR

Bidyadhar Mantry

Abstract Children

5  

Bidyadhar Mantry

Abstract Children

ପିଲାଦିନ ସ୍ମୃତି

ପିଲାଦିନ ସ୍ମୃତି

2 mins
481


ଆମ ପିଲା ସମୟ ବୋଧେ ଶେଷ ପିଢ଼ି ଥିଲା

ଯିଏ ନଡ଼ା ଛପର ଝାଟିମାଟି ଘରେ ରହୁଥିଲା

ଜେଜେ-ବାପା-ମାଆଙ୍କ ମୁହଁ ରୁ ଗପ ଶୁଣୁଥିଲା

ଗପ ଶୁଣି ହୁଁ ହୁଁ କହି କହି ଶୋଇ ଯାଉଥିଲା।


ଆମ ପିଲା ସମୟ ବୋଧେ ଶେଷ ପିଢ଼ି ଥିଲା

ଯିଏ ଗାଁ ଦାଣ୍ଡରେ ବାଟି, ନଟୁ,କବାଡି ଖେଳୁଥିଲା

କଉଡ଼ି ପରି ଗୋଡ଼ି ପଥରରେ ଖେଳ ଖେଳୁଥିଲା ସାଇକଲ ପୁରୁଣା ଟାୟାର-ରିମ୍ ସହ ଖେଳୁଥିଲା।


ଆମ ପିଲା ସମୟ ବୋଧେ ଶେଷ ପିଢ଼ି ଥିଲା

ଯିଏ ଟିଣ ଡବା କୁ ବାଡେଇ ବାଜା ବଜାଉଥିଲା

ଡିବିରି ଲଣ୍ଠନ ଆଲୁଅରେ ସନ୍ଧ୍ୟାବେଳେ ପଢ଼ୁଥିଲା

ହାତରେ ଲାଗିବା ପେନ୍ କାଳୀ ମୁଣ୍ଡେ ପୋଛୁଥିଲା

ପରୀକ୍ଷା ଦିନ ଦୁଇ ତିନି ପେନ୍ ନେଇ ଯାଉଥିଲା

ବହି ଖାତା ମଲାଟ ପକାଇ ଆଗ ନାଁ ଲେଖିଥିଲା।


ଆମ ପିଲା ସମୟ ବୋଧେ ଶେଷ ପିଢ଼ି ଥିଲା

ଯିଏ ମନର କଥାକୁ ଚିଠିରେ ଲେଖି ଦେଉଥିଲା

ପନ୍ଦର ପଇସା ପୋଷ୍ଟ କାର୍ଡ ରେ ଚିଠି ହେଉଥିଲା

ପାଞ୍ଚ ଟଙ୍କା ପାଇଲେ ମନ ବେଶି ଖୁସି ହେଉଥିଲା

ଯଦି ମନି ଅର୍ଡର୍ ରେ କେହି ପଠାଇ ଦେଉଥିଲା


ଆମ ପିଲା ସମୟ ବୋଧେ ଶେଷ ପିଢ଼ି ଥିଲା

ଯିଏ ଫେନ୍ କୁଲର୍ ଏସି କଣ ଜାଣି ନ ଥିଲା

ବାଉଁଶ ବିଛଣା ରେ ବିଞ୍ଛି ହୋଇ ଶୋଇ ହେଉଥିଲା

ରାଶି ତେଲ ମୁଣ୍ଡରେ ଲଗେଇ ନିତି ଗାଧୋଉଥିଲା

ଲାଇଫବୟ, ସାବୁନ ରେ ପ୍ୟାଣ୍ଟ୍ ସାର୍ଟ ସଫା 

ପିତଳ ଢାଳ ରେ ନିଆଁ ରଖି ଇସ୍ତ୍ରୀ ହେଉଥିଲା

ମାଣ୍ଡିଆ ଜାଉ ଶୁଖୁଆ ପୋଡ଼ା ଖାଇ ସ୍କୁଲ୍ ଯିବା

କନା ମୁଣିରେ ବହି ଖାତା ନେଇ ସ୍କୁଲ୍ ଯାଉଥିଲା

ବାଟରେ ଗୁରୁଜନ ଦେଖିଲେ ଡର ଲାଗୁଥିଲା

ମନ୍ଦିର ଦେଖିଲେ ମୁଣ୍ଡିଆ ମାରିବାକୁ ହେଉଥିଲା

ସାଇକଲ ଫ୍ରେମ ଭିତରେ ଗୋଡ ରଖି ଚଲେଇବା

ସାଇକଲ ମିଳିଗଲେ ମନ ବେଶି ଖୁସି ହେଉଥିଲା


ଆମେ ହିଁ ବୋଧେ ସେଇ ଶେଷ ପିଢ଼ି ପିଲା

ଯିଏ କାଞ୍ଜି,ପିତା ଶାଗ,କଖାରୁ ଫୁଲ ଖାଉଥିଲା

ମାଛ ମାଂସ ହେବା ଦିନ ଟିକେ ଅଧିକ ଖାଉଥିଲା

ଦୀପାବଳିରେ ଫୁଟି ନ ଥିବା ବାଣ ଖୋଜୁଥିଲା

ପୁଣି ଥରେ ନିଆଁ ଲଗାଇ ଖୁସି ଲାଗୁଥିଲା

ସ୍କୁଲ୍ ପଛ ପଟ ଲତା ବୁଦା ରୁ କୋଳି ଖୋଜୁଥିଲା

ଖରା ଦିନେ ଦିନ ସାରା ପତଙ୍ଗ ଉଡ଼ାଇ

ଆମ୍ବ ତୋଟା ରୁ କଞ୍ଚା ଆମ୍ବ ସହ ଲୁଣ ମିଶେଇ

ସାଙ୍ଗ ମେଳରେ ତୋଟା ରେ ଖିଆ ହେଉଥିଲା।


ଆମେ ବୋଧେ ସେଇ ସମୟରେ ଶେଷ ପିଢ଼ି ପିଲା

ଯିଏ ପୋଖରୀ ପାଣିରେ ଘଣ୍ଟା ଘଣ୍ଟା ବୁଡୁ ଥିଲା

ବର୍ଷାରେ କାଗଜର ଡଙ୍ଗା ଭସାଇ ଖୁସି ହେଉଥିଲା

କଙ୍କି ଧରି ଲାଞ୍ଜରେ ସୂତା ବାନ୍ଧି ଉଡାଉଥିଲା 

ନାଲି ଟୁକୁଟୁକୁ ପୋକ କୁ ଦିଆସିଲି ରେ ରଖୁଥିଲା

ଦିନ ସାରା ଲୁଚି ଲୁଚି ବର୍ଷାରେ ମାଛ ଧରୁଥିଲା ବନ୍ସି କଣ୍ଟାରେ ମାଛ ଧରିବା ବେଶି ଖୁସି ଲାଗୁଥିଲା


ଆମ ପିଲା ସମୟ ବୋଧେ ଶେଷ ପିଢ଼ି ଥିଲା

ସେ ସମୟର ଖେଳ ସବୁ କାହିଁ ହଜିଗଲା

ସେଇ ପିଲା ଦିନ ସମୟ ସ୍ମୃତି ହୋଇଗଲା

ଫେରିବେନି ପିଲା ଦିନ ସ୍ମୃତି ଅଲିଭା ଅଭୁଲା

ସେ' ପିଲାଦିନ ସମୟ ସତରେ ବହୁତ ଭଲ ଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract