STORYMIRROR

Pranati Mahapatra

Abstract Inspirational

3  

Pranati Mahapatra

Abstract Inspirational

ତୁମେ ସତ୍ୟ ସନାତନ

ତୁମେ ସତ୍ୟ ସନାତନ

1 min
152

ଶୈଶବ ସୁନ୍ଦର ସୁଖ ଖୁସି ମିଳେ

ନ ଜାଣି ପାରଇ କେହି,

ମୋ ସ୍ଵାଗତରେ ମୋ ଓଠ ହସରେ

ମୋ ମୁହଁକୁ ଥାନ୍ତି ଚାହିଁ।

ମାତା ପିତା ମୋର ଆନନ୍ଦିତ ଥାନ୍ତି

ପିତୃତ୍ୱ ମାତୃତ୍ୱ ପାଇଁ,

ହସର ଜୁଆର ଖେଳିଯାଇଥାଏ

ପରିବାରେ ମୋ ପାଇଁ।

କୈଶୋର ବି ବଡ଼ ଅଭୁଲା ହୁଅଇ

ସାଙ୍ଗ ସାଥି ମେଳେ ମୋର,

ସଭିଙ୍କ ଆଶିଷ ବରଷିଣ ଯାଏ

ସବୁବେଳେ ମୋର ଶିର।

କେତେ ନୂଆ ନୂଆ କଳ୍ପନା ଭାବନା

ଉଙ୍କି ମାରେ ଖିଆଲରେ,

ଆଗାମୀ ପଥକୁ ପରିଷ୍କାର ପାଇଁ

ଗୁରୁଜନ ଥାନ୍ତି ପାଖରେ।

ଯୌବନ ସମୟ ଭୋଗ ବିଳାସରେ

କାଟିବାକୁ ଇଚ୍ଛା ହୁଏ,

ଲୋଭ, ମୋହ, କାମ, କ୍ରୋଧର ଲାଳସା

 ପ୍ରବଳ ଯେ ହେଉଥାଏ।

ଷଢରିପୁ ବଳେ ଧରାକୁ ସରା 

ବିବେଚନା କରି,

ଗୁରୁ ଗୁରୁଜନ ଦେବତା ବ୍ରାହ୍ମଣ

ସମସ୍ତଙ୍କୁ ହେୟ କରି।

ବାର୍ଦ୍ଧକ୍ୟର ବେଳ ଉପନୀତ ହୁଏ

ଜୀବନ ଶେଷ ସମୟେ,

ଗୁରୁ ପାଦଧ୍ୟାୟୀ ଈଶ୍ବର ଚିନ୍ତଇ

ଅତୀତ ସ୍ମରଣ ହୁଏ।

ସଞ୍ଚିତ ଜନ ପଦାଘାତ କରି

ବେଳୁବେଳ ପୀଡା ଦ୍ୟନ୍ତି,

ଆପଣାର ରକ୍ତ ସ୍ନେହ ପ୍ରେମ ଭୁଲି

କେମିତି ପର ହୁଅନ୍ତି।

ମନ ଖୋଜୁଥାଏ ସେବା ଓ ଶୁଶ୍ରୁଷା

ଆପଣାର କେହି କରୁ,

ହାୟରେ ଜୀବନ ସେତେକ ମିଳେନି

ଜୀବ ଥାଉଁ ଥାଉଁ ମରୁ।

ଜୀବନର ଏହି ତିନି ପାହାଚରେ

ବିଭୁଙ୍କୁ ପାଶୋରି ଥିଲି,

ଶେଷ ପାହାଚରେ ଆହେ ଦାମୋଦର

ନିତି ତୋ ନାମ ଭଜିଲି ।

ରାମନାମ ସତ୍ୟ ହରିନାମ ସତ୍ୟ

ତୁମେ ସତ୍ୟ ସନାତନ 

ଶୈଶବକୈଶୋର, ଯୌବନବାର୍ଦ୍ଧକ୍ୟ

ସବୁ ତୁମରି ଭିଆଣ।

ତୁମେ ସତ୍ୟ ସନାତନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract