STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

କବିତା ଦିବସ

କବିତା ଦିବସ

1 min
310


କବିତା ଲୋ ତୋତେ ଭଲପାଏ ବୋଲି

   ସ୍ବପ୍ନରେ ଦେଖୁଛି ନିତି

ସାରା ସଂସାରଟା କବିତା କବିତା

   କାହିଁକି ଚୋରା ପୀରତି?

ପବନ ପାଇଲେ ହୃଦୟ କାହିଁକି

   ଭେଦିଯାଏ ଶିରେ ଶିରେ

ପ୍ରେମର କବିତା ଝରି ପଡୁଥାଏ

   ଶୀତ ବର୍ଷା ଅବା ଖରେ।

ଦୂର ଦିଗବଳୟେ ଯେବେ ନାଚୁଥାଏ

    ଦେଖିଲେ ହିଁ ଦେହ ମନ 

ନସର ପସର ନାଚିଯାଅ ତୁମେ

   କରିବାକୁ କ'ଣ ଧନ୍ଯ?

ପାହାଡ଼ ସଦୃଶ ତୁମେ ହେ କବିତା

    ପୁଙ୍ଗୁଳା ଦେହ ଦେଖାଇ

 ଅଥୟ କରୁଛ କାମବାଣ ମାରି

    ଅଣ୍ଟାକୁ ସଦା ନଚାଇ।

ସବୁଜ ବନାନୀ ପରି ହେ କବିତା

    ତୁମର ଅଙ୍ଗ ସୌଷ୍ଠବ

କାହାକୁ ପ୍ରେମରେ ପୋତିବା ପାଇଁକି

    ସ୍ବପ୍ନରେ ହିଁ ଆସୁଥିବ।

ଦେଖ ମୋ' ଦେହକୁ ନିଆଁ ଫୁଟୁଅଛି

   ମନେ ପକାଇବା କ୍ଷଣି

କଲମ ଧରିକି ଲେଖି ଯାଉଅଛି

   ତୁମର ନାମକୁ ଗୁଣି।

ତୁମର ନାମରେ ଏ ଦିବସ ଆଜି

   ସଭିଙ୍କର ପରି ମୁହିଁ

ପାଳନ କରୁଛି ଆଡ଼ମ୍ବର ଶୂନ୍ଯେ

   କେବଳ ହିଁ ଭଲପାଇ।

ସଭା କି ସମିତି ହେଉ ନାହିଁ ମୋଟେ

    ବାଜୁନି ଡିଜେ କି ବାଜା

ଭାଷଣ ସକାଶେ ବକ୍ତା ଅବା ଶ୍ରୋତା

    ନାହିଁ ବି ଖାଇବା ଖଜା?

କେବଳ ତୁମକୁ ଭଲପାଏ ବୋଲି

    ସ୍ମରଣ କରୁଛି ସଦା

ଆସୁଥାଅ ସଦା ସାକ୍ଷାତ ଅଥବା

   ସ୍ବପ୍ନରେ ନ ହୋଇ ବିଦା।

କୋଟି ଧନ୍ଯବାଦ କବିତା ତୁମକୁ

    ଏହି ହେଉ ଉପହାର

ଧିକ ଏ କବିର ହାତେ ଦେବା ପାଇଁ

    ନାହିଁ ପ୍ରେମ ପୁରସ୍କାର।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract