STORYMIRROR

SUKANTA KHANDA

Children

4  

SUKANTA KHANDA

Children

ତିନୋଟି କବିତା

ତିନୋଟି କବିତା

1 min
342


      - ସମର୍ପଣ -

ଦେହ ଓ ମନକୁ ସମର୍ପଣ କରି

   ଭାବରେ ବୁଡ଼ିଛି ମୁହିଁ

ଧର୍ମ ଆଉ କର୍ମ ନିତିଦିନ କରି

   ଈଶ୍ୱରଙ୍କୁ ଅଛି ଚାହିଁ

   କିନ୍ତୁ କେବେ ପାଉ କାହିଁ

ଜଳ ସ୍ଥଳ ଆଉ ଆକାଶେ ଖୋଜୁଛି

   କ'ଣ ମୁଁ ପାଇବି ନାହିଁ?

       -ପବିତ୍ର -

ପବିତ୍ର ମନରେ ବୁଲୁଥିଲି ନିତି

   ଆକାଶ ପାତାଳ ମର୍ତ୍ତ୍ୟ

ସମର୍ପଣ ସହ ମନ ମନ୍ଦିରକୁ

   ସ୍ୱଚ୍ଛ କରିଥିଲି ନିତ୍ୟ

   ସଂସାରେ ସଭିଏଁ ମିତ୍ର

ନର ପଶୁ ପକ୍ଷୀ କୀଟ ତରୁ ଲତା

   କରିବାକୁ ସଦା ହିତ।

        - ଦୁଃଖ -

ସମର୍ପଣ ଆଉ ପବିତ୍ର ହୋଇବା

   ଯୋଗୁଁ ପାଇଗଲି ଦୁଃଖ

କେହି ବି ନିଜର ହୋଇ ପାରିଲେନି

   ଦେବାକୁ ସାମାନ୍ୟ ସୁଖ

   ଫିଙ୍ଗୁଥିଲେ କଥା ରୁକ୍ଷ 

କିଶୋର ଯୌବନ ଚାଲିଗଲା ମୋର

   ଆଉ କେ ରହିବେ ପାଖ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children