ଜାଳିବା ଜ୍ଞାନ ପ୍ରଦୀପ
ଜାଳିବା ଜ୍ଞାନ ପ୍ରଦୀପ
ମଣିଷ ଜୀବନେ ସମ୍ବନ୍ଧ ସମ୍ପର୍କ
ଅଟେ ବଡ ମୂଲ୍ଯବାନ
ନୁହେଁ ତାର ସମ ହୀରା ନୀଳା ମୋତି
ମାଣିକ୍ଯ ମଣି କାଞ୍ଚନ ।
ସମ୍ପର୍କେ ଛଳନା ନୁହଁଇ ଉଚିତ
ପାପ ହୁଏ ଅରଜନ
କାୟମନୋବାକ୍ଯେ ନିଭାଇ ସମ୍ପର୍କ
ଅରଜେ ମହତ ପୁଣ୍ଯ ।
ରହେ ନାହିଁ ଚିହ୍ନ ପଡେ ନାହିଁ ଗାର
ପାଣିରେ ଯେତେ କାଟିଲେ
ହୁଏ ନାହିଁ ଗଢି ସପନେ ମହଲ
ଉନ୍ନତି ମୋଟେ ଭାଗ୍ୟରେ ।
ଜଳାଅ ଆଲୋକ ଜୀବନର ଜ୍ଯୋତି
ଆପଣା ପ୍ରଦୀପ ଜାଳି
ଅନ୍ଯ କାହା ଘରେ ଦେଖି ଉଜ୍ଜ୍ବଳତା
ଯିବନି ଭାଗ୍ଯ ବଦଳି ।
ପରଖି ବିଶ୍ବାସୀ ସହୃଦୟ ଜନ
ସ୍ଥାପନ କର ବନ୍ଧୁତା
ମନ ଖୋଲି କୁହ ଦରଦୀ ବନ୍ଧୁଙ୍କୁ
ହୃଦୟ ମନର କଥା ।
ବୁଝେ ନାହିଁ ଯିଏ ଜୀବନର ମୂଲ୍ଯ
ନିଷ୍ଠୁର ହୃଦୟହୀନ
ଝାର ନାହିଁ ଲୁହ ଆଖିରୁ ତା ଆଗେ
ନ କୁହ କଥା ଗୋପନ ।
ମାତାପିତା ଗୁରୁ ଅଟନ୍ତି ଶୁଭେଚ୍ଛୁ
ହିତାକାଂକ୍ଷୀ ପ୍ରିୟ ଜନ
କହି କଟୁ କଥା ଦିଅ ନାହିଁ ବ୍ଯଥା
ଆଶିର୍ବାଦ ତାଙ୍କ କାମ୍ଯ ।
