STORYMIRROR

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ଦୀପ ଜାଳିବି ମୁଁ ତୁମରି ପାଇଁ

ଦୀପ ଜାଳିବି ମୁଁ ତୁମରି ପାଇଁ

1 min
272


ଆଲୋକର ପର୍ବ ଅଟେ ଦୀପାବଳି

ଆନନ୍ଦ ଉଲ୍ଲାସ ଦିନ

ଆଲୋକମାଳାରେ ଉଠଇ ଝଲସି

ପଲ୍ଲୀ ପୁର ନଗ୍ର ଗ୍ରାମ ।

ଢୋଓ ଢାଆ ବାଣ ଆତସବାଜୀରେ

ଚର୍ତୁଦିଗ କମ୍ପମାନ

ଘରେ ଘରେ ହୁଏ କ୍ଷୀରି ପିଠାପଣା

ମିଷ୍ଟାନ୍ନର ଆବଣ୍ଟନ ।

କାର୍ତ୍ତିକ ମାସର ପୂର୍ବପର ତିଥି

ସୁପବିତ୍ର ପାଞ୍ଚଦିନ

ଉତ୍ସବ ମୁଖର ଆଲୋକ ଆକୃଷ୍ଟେ

ପତଙ୍ଗ କୀଟ ଦମନ ।

ଭକ୍ତ ପ୍ରହଲ୍ଲାଦ ନାତି ରାଜା ବଳୀ

ଥିଲେ ବୀର ମହାଦାନୀ

ସତ୍ୟଯୁଗେ ପ୍ରଭୁ ବାମନାବତାରେ

ମାଗିଲେ ତ୍ରିପାଦ ଭୂମି ।

ନାଭିକମଳର ତୃତୀୟ ପାଦରେ

ପାତାଳକୁ ତାଙ୍କୁ ଚାପି

ହେଲେ ପ୍ରାର୍ଥନାରେ ପ୍ରୀତ ଭଗବାନ

ଦେଇଥିଲେ ବର ଯାଚି ।

ଶୁକ୍ଳ ପ୍ରତିପଦେ ମର୍ତ୍ତ୍ୟକୁ କାର୍ତ୍ତିକେ

କରନ୍ତି ପ୍ରତ୍ୟାବର୍ତ୍ତନ

ଦୃଷ୍ଟାନ୍ତେ ସ୍ୱ।ଗତେ ହୁଅଇ ତାଙ୍କର

ଦୀପମାଳା ପ୍ରଜ୍ଜ୍ୱଳନ ।

ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର

ଦୁଷ୍ଟ ରାବଣକୁ ମାରି

ଜଗତ ଜନନୀ ସୀତୟା ଉଦ୍ଧରି

ଅଯୋଦ୍ଧାକୁ ଥିଲେ ଫେରି ।

ଦ୍ୱାପରରେ କୃଷ୍ଣ କରିଥିଲେ ନାଶ

ଦେବଗଣଙ୍କର ଦର୍ପ

ଯୁଦ୍ଧେ କରି ଜୟ ପାରିଜାତ ସହ

ଆବିର୍ଭାବ ସୁମୂହୁର୍ତ୍ତ ।

ଦେବୀ ସତ୍ୟଭାମା ହୋଇଥିଲେ ତୁଷ୍ଟ

ସ୍ମରଣୀୟ ଶୁଭଦିନେ

ରାଜା ବିକ୍ରମାର୍କ ଅଭିଷିକ୍ତ ହୋଇ

ବସିଥିଲେ ସିଂହାସନେ ।

କାଳସର୍ପ ଦୋଷ ହୁଅଇ ଖଣ୍ଡନ

ପକାଯାଏ ପୟାଶ୍ରାଦ୍ଧ

ପବିତ୍ର ମନରେ କରନ୍ତି ସ୍ମରଣ

ପିତୃଲୋକେ ସ୍ୱକୁଟୁମ୍ବ ।

ପୁକାରନ୍ତି ଉଚ୍ଚେ ଆସ ଆସ ପ୍ରିୟ

ଆମର ବଡ଼ବଡୁଆ

ଯାଆ ଗଙ୍ଗା ଗୟା ଶ୍ରୀପୁରୁଷୋତ୍ତମ

ଶ୍ରୀମହାପ୍ରସାଦ ଖାଆ ।

ଅନ୍ଧାରରେ ଆସି ଆଲୁଅରେ ଯାଆ

ବାଇଶି ପାହାଚେ ଯାଆ

ଢାଳ ଶୁଭାଶିଷ ସରଗରେ ଥାଇ

ଗଡଗଡେଇ ହେଉ ଥାଆ ।

ଜାଳିବି ଦୀପ ମୁଁ ଶରଧା ମନରେ

ତୁମରି ପାଇଁ ହେ ପୂରୁବ ସୂରୀ

ରହୁ ଉଜ୍ଜିବିତ ମହାନ ସଂସ୍କୃତି

ଆଲୋକ ପରବ ଦୀପ ଆବଳି ।  

   


Rate this content
Log in

Similar oriya poem from Classics