STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ଖୁସିରେ ନାଚନ୍ତି ପିଲାଏ

ଖୁସିରେ ନାଚନ୍ତି ପିଲାଏ

1 min
243


ଆଜି ଯିଏ ଶିଶୁ ବଡ ହୋଇ ଦିନେ

ହେବ ଦେଶ ଜାତି ଭବିଷ୍ୟତ 

ବୁଝି ଅଛି ଯେଉଁ ସମାଜ ମହତ୍ତ୍ବ 

ହୋଇଛି ସେ ରାଷ୍ଟ୍ର ସମୁନ୍ନତ ।

ଶିଶୁଙ୍କ ଉତ୍ତମ ଲାଳନପାଳନ 

ଶିକ୍ଷା ସ୍ବାସ୍ଥ୍ୟ ପାଇଁ କଲେ ପ୍ରଯତ୍ନ 

ମାନବ ସମ୍ବଳ ହୋଇବ ସୁଦୃଢ

ଗୁଣାତ୍ମକ ହେବ ପ୍ରଗତି ମାନ ।

ସୁଲଭୁ ପ୍ରତିଟି ଶିଶୁ ସମାଜରେ

ପୌଷ୍ଟିକ ଆହାର ମମତା ସ୍ନେହ

ମନୋରଞ୍ଜନର ହେଉ ସୁପ୍ରବନ୍ଧ

ଆମୋଦପ୍ରମୋଦେ ଖେଳୁ ଶୈଶବ ।

ଚେତାଇ ଦେବାକୁ ଏହି ସୁକର୍ତ୍ତବ୍ଯ 

ପାଳନ ହୁଅଇ ଶିଶୁ ଦିବସ

ଖୁସିରେ ନାଚନ୍ତି ପିଲାଏ ଆନନ୍ଦେ

ଫୁଟି ଉଠେ ତାଙ୍କ ମୁହଁରେ ହସ ।

      



Rate this content
Log in

Similar oriya poem from Inspirational