STORYMIRROR

Banalaxmi Mohanty

Inspirational

3  

Banalaxmi Mohanty

Inspirational

ଅନ୍ଧାର

ଅନ୍ଧାର

1 min
190


ପଶ୍ଚିମ ଆକାଶେ ଅସ୍ତ ଗଲେ ରବି

   ଅନ୍ଧାର ମାଡି ଆସଇ

ଆକାଶ ବୁକୁରେ ଟିକିଟିକି ତାରା 

   ମିଟିମିଟି କରୁଥାଇ।। 


ଶୁକ୍ଳ ପକ୍ଷେ ଜହ୍ନ ଆଲୋକ ବିତରେ

    କୃଷ୍ଣ ପକ୍ଷରେ ଅନ୍ଧାର

ଜୀବନର ଚକ ଚାଲେ ସେହିପରି

   ଦୁଃଖ ସୁଖ ସମାହାର।। 


ଅନ୍ଧାରକୁ ଦେଖି ଡରି ଯିବ ନାହିଁ 

   ସାହସ ବାନ୍ଧିବା ମନେ

ଅନ୍ଧାର ବିନାଶି ଜ୍ୟୋତି ପ୍ରକାଶିବ

   ନିଶା ରାତ୍ରି ଅବସାନେ।। 


ଦୁଃଖ ଯେବେ ଆସେ ଏଇ ଜୀବନରେ

    ଦିଶଇ ସବୁ ଅନ୍ଧାର

ଧୈର୍ଯ୍ୟ ଧରି ପ୍ରଭୁ ଶରଣ ପଶିଲେ

   ପ୍ରଭୁ କରିବେ ଉଦ୍ଧାର।। 


ଗୋଟିଏ ମୁଦ୍ରାର ଦୁଇଟି ପାଖ ଯେ

    ଅନ୍ଧାର ଆଲୁଅ ପରା

ଅନ୍ଧାର ନଥିଲେ ଆଲୋକର ସ୍ଥିତି

    ସଂସାରେ ନଥାନ୍ତା ପରା।। 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational