STORYMIRROR

Banalaxmi Mohanty

Others

4  

Banalaxmi Mohanty

Others

ନଦୀ

ନଦୀ

1 min
228


ପର୍ବତ ଗହ୍ୱରୁ ଜନମ ମୋହର

ଝରଣା ରୂପେ ବହଇ

ବାଧା ବିଘ୍ନ ଅତିକ୍ରମ କରି ଚାଲେ

ନଦୀ ରୂପେ ନାମ ବହି।। 


ପଥେ କେତେ ଭେଟେ ବନ୍ଧୁର ଶିଳା 

ସେଥିକୁ ଖାତର ନାହିଁ 

ଜୀବ ଜଗତର ଉପକାର କରେ

ଆଗକୁ ମାଡି ଚାଲଇ।।


ଦୁଇ ପାରୁଶରେ ମୋହରି ପାଇଁ ତ

କେଦାର କାନନ ହସେ

ମୋର ଜଳ ପିଇ ଜୀବଜନ୍ତୁ ସବୁ

ଦିନ କାଟନ୍ତି ହରସେ।। 


ମାନବ ନିଜର ଫସଲ ପାଇଁକି

ମୋର ଜଳ ଲୋଡିଥାଏ

କେନାଲ ଓ ବନ୍ଧ ସାହାଯ୍ୟରେ ତାର

କ୍ଷେତରେ ପାଣି ମଡାଏ।। 


ତଥାପି ମୋହର ଲକ୍ଷ୍ୟ ପଥରେ ମୁଁ 

ବିଚ୍ୟୁତ ହୁଏ ନାହିଁ 

ଲକ୍ଷ୍ୟ ମୋ ଏକ ଆଗକୁ ମାଡିବି

ସାଗରେ ମିଶିବା ପାଇଁ।। 


ଆଜିର ସଭ୍ୟ ମନୁଷ୍ୟ ତାହାର

ସ୍ୱାର୍ଥ ହାସଲ ପାଇଁ 

କଳକାରଖାନା ଦୂଷିତ ପଦାର୍ଥେ

ମୋ ଜଳ ଦୂଷିତ କରଇ।।


ବିଜ୍ଞାନ କୌଶଳେ ବନ୍ଧ ବାନ୍ଧି ମୋର

ଜଳକୁ ଆବଦ୍ଧ କରେ

ମୋହରି ଜଳରୁ ବିଜୁଳି ଶକ୍ତିକୁ

ଉପଭୋଗ ସିଏ କରେ।। 


ମୋ ବକ୍ଷ ବିଦାରି ବାଲୁକା ରାଶିକୁ

ଖନନ କରି ନିଅଇ

ବନ୍ଧ ବାଡ କରି ସ୍ୱାର୍ଥ ପାଇଁ ତା 

ଗତିକୁ ମୋର ରୋକଇ।।


ହେ ମାନବ ଜାତି ହୁଅ ସଚେତନ

ଜଳ ଦୂଷିତ ନକର

ଜଳ ହିଁ ଜୀବନ ହୃଦେ ରଖିଜ୍ଞାନ

ରଖ ମୋତେ ପରିଷ୍କାର।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍