STORYMIRROR

Banalaxmi Mohanty

Abstract

3  

Banalaxmi Mohanty

Abstract

ମହାଯାତ୍ରା

ମହାଯାତ୍ରା

1 min
149


ଏ ମାୟା ସଂସାର ଅଢେଇ ଦିନିଆ 

ମାୟାରେ ମାନବ ବାଇ

ଆସିଛି ଲଙ୍ଗଳା ଏଧରା ଧାମକୁ

ଚାଲିଯିବ ଶୂନ୍ୟ ହୋଇ।। 


ଆଗମନ ବେଳେ ସଭିଏଁ ଜାଣନ୍ତି

ଖୁସିରେ ବିଭୋର ହୋଇ

ଗଲାବେଳେ ମହାଯାତ୍ରାରେ ସଂସାରୁ

କାନ୍ଦୁଥାନ୍ତି କଇଁ କଇଁ।। 


ଏଇ ଜୀବନଟି ହସ ଲୁହଭରା

କେବେ ଖରା କେବେ ଛାଇ

ଧନ ଯଉବନ ଅଟେ ଅଳ୍ପ ଦିନ

ନୁହେଁ କେବେ ଚିରସ୍ଥାୟୀ।। 


ଧନ ଅରଜିଲୁ କରମ କରିଲୁ

ସବୁ ମୋର ମୋର କହି

ମହାଯାତ୍ରା କାଳେ କେହିତ ନଯିବେ

ସଜହେବ ତୋ କୋକେଇ।। 


ଧରମଟି ଏକା ପଥକୁ ସଙ୍ଖାଳୀ 

ମହାଯାତ୍ରା କାଳେ ଯାଇ

କୋଳେଇ ତୋହର ଉଠିବରେ ମନ

ରାମ ନାମ ସତ୍ୟ ଗାଇ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract