ସ୍ବପ୍ନ
ସ୍ବପ୍ନ
ସବୁ ମନୁଷ୍ୟଙ୍କ ଜୀବନରେ କିଛି
କିଛି ସ୍ବପ୍ନ ରହିଥାଏ
ପିଛା ସ୍ବପ୍ନ ତାର ପୁରା ହୁଏ ଆଉ
କିଛି ବାକି ରହିଯାଏ।
ନିଦରେ ସପନ ଆସିଥାଏ ପୁଣି
ପକ୍ଷୀରାଜ ଘୋଡା ଚଢେ
ସପନେ ସପନେ ବିଭୋର ହୋଇଣ
ମନ ଆକାଶରେ ଉଡେ।
ସପନରେ ଭେଟି ରାଜକୁମାରୀକୁ
ସପନ ମହଲ ଗଢେ
ଭାଜିଗଲେ ନିଦ୍ରା ରାଜକୁମାରୀର
ହାତ ଛାଡି ତଳେ ପଡେ।
ଦୁଃସ୍ବପ୍ନ ଆସିଲେ କରେ ଭୟଭୀତ
ଚିତ୍ତ ଅସ୍ଥିର ହୁଅଇ
ନାନା ଆଶଙ୍କା ଯେ ମନେ ଦେଖାଦିଏ
ପ୍ରଭୁଙ୍କ ଶରଣ ଯାଇ।
ଜୀବନରେ ପୁଣି ସ୍ବପ୍ନ କେତେ ଥାଏ
କର୍ମ କରିବାକୁ ହୁଏ
ନିଷ୍ଠାର ସହିତ କର୍ତ୍ତବ୍ୟ କରିଲେ
ସପନ ସାକାର ହୁଏ।
ଭଲ ମଣିଷଟେ ହେବାକୁ ସନ୍ତାନ
ପିତା ମାତା ଚାହିଁ ଥାନ୍ତି
ସନ୍ତାନ ସୁଯୋଗ୍ୟ ହୋଇଣ ତାଙ୍କର
ସ୍ବପ୍ନ ପୁରଣ କରନ୍ତି।
ସନ୍ତାନଟି ଯେବେ ଅବାଧ୍ୟ ହୁଅଇ
ସ୍ବପ୍ନ ତାଙ୍କ ଭାଙ୍ଗିଯାଏ
ପିତା ମାତାଙ୍କର ତ୍ୟାଗ ବଳିଦାନ
ଅକାରଣ ହୋଇଯାଏ।
ପିତା ମାତାଙ୍କର ସପନ ପୁରଣ
ସନ୍ତାନଙ୍କର କର୍ତ୍ତବ୍ୟ
ସପନ ତାଙ୍କର ପୁରଣ କରିଲେ
ଆଶୀର୍ବାଦଟି ଲଭିବ।