STORYMIRROR

Banalaxmi Mohanty

Classics

4  

Banalaxmi Mohanty

Classics

ପରିଣତି

ପରିଣତି

1 min
267


ଝିମିଟି ଖେଳରୁ ପାଣ୍ଡବ କୌରବ

ମଧ୍ୟେ କଳି ସୃଷ୍ଟି ହେଲା

ସେଇ କଳିର ପରିଣତି ଶେଷେ 

ଯୁଦ୍ଧେ ପରିଣତ ହେଲା।। 


ପଶାଖେଳେ ବାଜି ହାରିଣ ପାଣ୍ଡବେ

ଦ୍ରୌପଦୀ ବାଜି ରଖିଲେ

ଦୁଷ୍ଟ ଦୁଃଶାସନ ଦ୍ରୌପଦୀଙ୍କୁ ଆଣି

ସଭାରେ ବିବସ୍ତ୍ର କଲେ। 


ସତୀ କ୍ରୋଧାଗ୍ନିରେ ଜଳିଲା ଉଆସ

ପରିଣତିକୁ ଭୋଗିଲେ

ଦୁଃଶାସନ ବାହୁ ଉପାଡିବା ପାଇଁ 

ଭୀମ ପ୍ରତିଜ୍ଞା କରିଲେ।


ସୁଚ୍ୟାଗ୍ରେ ମେଦିନୀ ମାନୀ ଦୁର୍ଯ୍ୟୋଧନ 

ପାଣ୍ଡବଙ୍କୁ ଦେଲା ନାହିଁ 

ଶେଷ ପରିଣତି ମହାଭାରତ ଯୁଦ୍ଧ 

 କୌରବ ଯେ ଧରାଶାୟୀ।


ଭଲ କର୍ମର ଯେ ପରିଣତି ଭଲ

ମନ୍ଦର ମନ୍ଦ ଅଟଇ

ସେଥିପାଇଁ ସର୍ବେ ଭଲ କର୍ମ କର

କରିବା ଈଶ୍ବର ଧ୍ୟାୟି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics