STORYMIRROR

Anirudha Kund

Classics

5  

Anirudha Kund

Classics

କଳା ଠାକୁର (ଭଜନ)

କଳା ଠାକୁର (ଭଜନ)

1 min
472


ଅନିନ୍ଦ୍ୟ ସୁନ୍ଦର ମୋ କଳା ଠାକୁର

   କେଡେ ମନୋହର ଦିଶ

ଚାହିଁଦେଲେ ମୁଖ ସେ କୋଟି କନ୍ଦର୍ପ

   କ୍ଷଣେ ହରିଯାଏ କ୍ଲେଶ ॥୦॥


ଭାବିଦେଲେ ଥରେ ହୃଦୟରେ ଭରେ

  କସ୍ତୁରୀ ଚନ୍ଦନ ବାସ

ମନର କୁଞ୍ଜରେ ନାଚେଲୋ ଖଞ୍ଜରେ

   କାଳିଆ ତୋହରି ରାସ

ଭୁଲିଯାଏ ସବୁ ରାସ ଦେଖି ପ୍ରଭୁ

    ମନ ହୋଇଯାଏ ତୋଷ ॥୧॥


ମାଗିବାକୁ ଚାହିଁ ମାଗିପାରେ ନାହିଁ

    ଦେଖି ତୋତେ ପୀତବାସ

ଇଚ୍ଛା ଯଦି ଅଛି ଦେବା ପାଇଁ କିଛି

    ଦିଅ ପୁରୀ ଧାମେ ବାସ

 ଦେଖୁଥିବି ନିତି ତୋତେରେ ଶ୍ରୀପତି

   ଥିବା ଯାଏ ମୋ ନିଶ୍ବାସ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics