STORYMIRROR

Anirudha Kund

Classics

4  

Anirudha Kund

Classics

ତୁମେ ହିଁ ଅନନ୍ତ

ତୁମେ ହିଁ ଅନନ୍ତ

1 min
382


ବ୍ୟାପ୍ତ ତୁମେ ସ୍ଥଳେ ବ୍ୟାପ୍ତ ତୁମେ ଜଳେ 

   ବ୍ୟାପ୍ତ ଯେ ବାୟୁମଣ୍ଡଳେ 

ତୁମେ ସର୍ବ ବ୍ୟାପ୍ତ ତୁମେ ହିଁ ଅନନ୍ତ 

      ସ୍ଥୁଳ ପୁଣି ନୀଳାଚଳେ ॥୦॥

     

ନିରବ ଆକାଶ   ପ୍ରଳୟ ବତାଶ

   ତୁମରି ଇଙ୍ଗିତେ ଖେଳେ 

କାହାକୁ ଉଠାଏ    କାହାକୁ ପକାଏ 

     ବାଛି ବାଛି କଳେବଳେ 

ଆଦେଶେ ତୁମରି ସଂସାର ଚାଲିଛି 

    କେତେ ଲୀଳା କେତେବେଳେ ॥୧॥


ବୟସ ଗଲାଣି   ପରିଲିନି ଜାଣି 

     ବସିଛ ହୃଦ ଦେଉଳେ 

ଚିତ୍ତ ବିନୋଦନ ମୋ ଚିତ୍ତ ରଞ୍ଜନ 

   ପଡେ ତୁମ ପାଦତଳେ

ମୋ ବାହୁଡା ବେଳେ ଜୀବ ଉଡିଗଲେ 

      ଉଠାଇ ନେବ ହୋ କୋଳେ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics