ତୁମେ ହିଁ ଅନନ୍ତ
ତୁମେ ହିଁ ଅନନ୍ତ


ବ୍ୟାପ୍ତ ତୁମେ ସ୍ଥଳେ ବ୍ୟାପ୍ତ ତୁମେ ଜଳେ
ବ୍ୟାପ୍ତ ଯେ ବାୟୁମଣ୍ଡଳେ
ତୁମେ ସର୍ବ ବ୍ୟାପ୍ତ ତୁମେ ହିଁ ଅନନ୍ତ
ସ୍ଥୁଳ ପୁଣି ନୀଳାଚଳେ ॥୦॥
ନିରବ ଆକାଶ ପ୍ରଳୟ ବତାଶ
ତୁମରି ଇଙ୍ଗିତେ ଖେଳେ
କାହାକୁ ଉଠାଏ କାହାକୁ ପକାଏ
ବାଛି ବାଛି କଳେବଳେ
ଆଦେଶେ ତୁମରି ସଂସାର ଚାଲିଛି
କେତେ ଲୀଳା କେତେବେଳେ ॥୧॥
ବୟସ ଗଲାଣି ପରିଲିନି ଜାଣି
ବସିଛ ହୃଦ ଦେଉଳେ
ଚିତ୍ତ ବିନୋଦନ ମୋ ଚିତ୍ତ ରଞ୍ଜନ
ପଡେ ତୁମ ପାଦତଳେ
ମୋ ବାହୁଡା ବେଳେ ଜୀବ ଉଡିଗଲେ
ଉଠାଇ ନେବ ହୋ କୋଳେ ॥୨॥