STORYMIRROR

Satyabati Swain

Classics

4  

Satyabati Swain

Classics

ଆକାଶ ତୁମେ ଶେଷ ଶୋଷ

ଆକାଶ ତୁମେ ଶେଷ ଶୋଷ

1 min
401


ଭୋର ଆକାଶ ବିଭୋର ତାରାଟି

ମଲା ଜହ୍ନ ପରେ ଥିଇରୀ ଖସେ;

କଅଁଳ ସୁରୁଜ ପୁବେଇ ଦିଗରେ

ଦାନ୍ତ ନେଫେଡେଇ ମୁରୁକି ହସେ।


ମେଘ ସେପାଖେ କାନ୍ଦେ କିଏ ସେ

ଇନ୍ଦ୍ରଧନୁର ରଂଗଶାଳା ଅଗଣାରେ

ଉଲ୍କାପିଣ୍ଡ ନିହାରିକା ବକ୍ଷେ କିଏ ସେ

ମୁହଁ ଢାଙ୍କିଅଛି ନୀଳ ଓଢଣୀରେ।


ଆକାଶ କାହିଁକି ଏତେ ଅସହାୟ

ବଉଦ ଲୁଚାଇ ଦିଏ ତା ଆଖି ଲୁହ

ନୀଳ ନିଳିମାକୁ ଭଲ ପାଏ ବୋଲି

ତା ଭାଗେ କିବା ଏତେ କୋହ !


ଅନନ୍ତ ବିଶାଳ ପୃଥିବୀ ଛାତ ହୋଇ

କେତେ କାଳୁ ଆକାଶ ସୁରକ୍ଷା ଦିଏ

ସମସ୍ତଙ୍କ ସୁଖ ଚିନ୍ତା କରୁ କରୁ କିବା

ନିଜ ଜୀବନ ସୁଖ ଟିକକ ଭୁଲିଯାଏ !


ମୁକୁଳା ଜୀବନ ସଙ୍ଗୀତ ଗାଇ ସେ

ନିଇତି ଲଗାଏ ସ୍ବପ୍ନ ଓ ଆଶା ଗଛ

ବଂଚିବା ଶିଖାଏ ବିରାଟତ୍ୱ ମନ୍ତ୍ର ଦେଇ

ଦର୍ପଣ ପରି କୁହେ ହୁଅ ଶୁଦ୍ଧ ସ୍ୱଚ୍ଛ।


କଳା ଧଳା ମେଘ ଲୁଚକାଳି ଖେଳ

ଜୀବନ ଏମିତି ଖରା ଛାଇ ପରି

ପ୍ରାତଃ, ସକାଳ, ମଧ୍ୟାହ୍ନ, ସଞ୍ଜ, ରାତି

ଆକାଶ ଶିଖାଏ ଜୀବନଟି ଏହିପରି।


କେବେ ଅମା ଅନ୍ଧାର କେବେ ଜହ୍ନ

ଜୀବନ ଆକାଶେ ଗୋଡ଼ା ଗୋଡି

ନିର୍ବିକାର ନିରାସକ୍ତ ହୁଏ ହେ ମଣିଷ

ମୃତ୍ୟୁ ଶେଷ ଷ୍ଟପେଜ ଯାଏ ଗାଡି ଗଡି।


ଆକାଶ ତୁମେ ବିଶାଳ, ଅନନ୍ତ, ମହାନ

ସିଦ୍ଧଯୋଗୀ ତୁମେ ସଦା ସାମାଧିସ୍ଥ

ତୁମଠାରୁ ଜୀବନ ଆରମ୍ଭ ତୁମେ ହିଁ

ପ୍ରତି ଜୀବର ଇପ୍ସିତ ଶେଷ ଶୋଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics