STORYMIRROR

Satyabati Swain

Tragedy

4  

Satyabati Swain

Tragedy

ରାସ୍ତା

ରାସ୍ତା

1 min
25

ମୁଁ ପଡିଛି ସେଇଦିନୁ
ଅଜଗର ପରି
ମାଟି ଥିଲି ନାଲି ମାଟି ହେଲି
କଂକ୍ରିଟ ପିଚୁକୁ ଦେହରେ ମାଖିଲି
ସତେ ମ ପୁରା ବଦଳି ଗଲି।

 ପାଦ ଚପଲ ଚକ, ମଚ୍ ମଚ୍ ଚାଲିଯିବା
ମୁଁ ସହେ
ଦେଖେ ବିବାହ ରୋଷଣୀ ବର ବଧୁ
ପୁଣି ରାମନାମ ସତ୍ୟ ହେ
ହଁ ମୂକସାକ୍ଷୀ ସବୁ ପାଦ ସବୁ ଗନ୍ଧ ସବୁ ଶବ୍ଦର।
 
କେବେ କେବେ ମୋର ବି ମନ ଲୋଡ଼େ
ଟିକେ ପ୍ରେମ
ହଁ ତ ମୁଁ ପାଗଳ
ନୀଳ ଆକାଶ ପ୍ରେମରେ
କିନ୍ତୁ ଜଟାଇ ପାରେନାହିଁ
ନିର୍ବାକ୍ ନା
ମୋତେ କେହି ବୁଝି ପାରେ ନାହିଁ।

ମୁଁ ରାସ୍ତା କହି ପାରେନାହିଁ କଥା
 ମୋ ପାଖେ ନାହିଁ
 ଧନୀ ଗରିବ
ମୁଁ ଭଲ ପାଏ ପାଦ
ସେ ଭିକାରୀ ପାଗଳ ରାଜା ଯିଏ ବି ହେଉ
ସମସ୍ତଙ୍କୁ ସ୍ୱୀକୃତି ଦିଏ ଚାଲ ଚାଲ
ଆହୁରି ଚାଲ
କିନ୍ତୁ ସତ୍ୟରେ ଚାଲ ନ୍ୟାୟରେ ଚାଲ।

 ମୁଁ ରାସ୍ତା
 କେବେ ସଳଖ ତ କେବେ ବଙ୍କା
ଏଇତକ ଜାଣିଛି ବୋଲି ତ ଜଣାଉଁଛି
ଆସିଛୁ ଏକା ଯିବୁ ବି ଏକା
କେହି ଶୁଣି ପାରନ୍ତିନି ମୋର କଥା
କେଜାଣି କାହିଁକି
ଏ ଲୋକଙ୍କ ମତି ଗତି ଦେଖି
ବଢି ଯାଉଛି ମୋର ବ୍ୟଥା
ଶୋଇ ପାରୁ ନାହିଁ
ସବୁବେଳେ ଘାରୁଛି
ଏ ଧ୍ଵଂସ ପଥର ପଥିକ ମଣିଷଙ୍କ ଚିନ୍ତା ।

ହଁ ମୁଁ ରାସ୍ତା
ତୁମରି ରାସ୍ତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy