ଜିତି ପାରିବୁକି ତୁହି !
ଜିତି ପାରିବୁକି ତୁହି !
ଓହୋ ସମୟର କେତେ ଭୟଙ୍କର ଖରା ପୁଣି
କେତେ ଛାଇ
ବୟସ ମାରେ ହାଇ
ଚଷମା ବିନା ଗୋଟେ ଶବ୍ଦ
ପଢି କିମ୍ବା ଲେଖି ହୁଏ ନାହିଁ
କାହିଁକିରେ ବୟସ !
ଏମିତି ବହୁଛୁ ବନ୍ୟା ହୋଇ !
ଧୀରେ ଧୀରେ ଚାଲୁନୁ
ଏତେ ଶୀଘ୍ର ବୟସ୍କ ହେବାକୁ
ଆଦୋୖ ଇଚ୍ଛା ନାହିଁ
କିନ୍ତୁ କଣ କରାଯାଏ ତୁ
ତ ଜମାରୁ ଛାଡ଼ିବୁ ନାହିଁ
ହେଉ ଏ ଦେହଟାକୁ କବ୍ଜା କର
ମୋ ମନକୁ ଜିତି ପାରିବୁକି ତୁହି !
ମନ ମୋ ଚିର ସବୁଜ ଯୁବା ହୋଇ ରହିବ
ଜଳିବା ଯାଏ ମୋର ଯୁଇ
ତାକୁ ଜମା ବୁଢା କି ବୁଢ଼ୀ କରିଦେବି ନାହିଁ
ଦେଖିବା ତୁ କେମିତି
ମୋ ଇଚ୍ଛା ଶକ୍ତିକୁ ଯିବୁ ବଳେଇ !
Satyabati swain
