STORYMIRROR

Satyabati Swain

Classics

4  

Satyabati Swain

Classics

*ମିଶାଣ କିନ୍ତୁ ଆସୁନି

*ମିଶାଣ କିନ୍ତୁ ଆସୁନି

1 min
13

 ଜୀବନ କଣ!
ହୁ ହୁ ବଢି ଯିବା ତାଳ ଗଛ ପରି !
 ପଢ଼ିସାରି ଚାକିରି ବାକିରି କରିବା !
କିଛି ରୋଜଗାର ପନ୍ଥା ହେଉ ହେଉ
ବାହା ହୁଅ ଲଭ୍ କରି ବା ଆରେଞ୍ଜ୍
ମୁନ୍ ରୁ ହନି ଝରୁ କି ନଝରୁ
 ପିଲା ହେବା ଥୟ
କେହି ଗ୍ୟାପ୍ ରଖି ବା କାହାର ସାଙ୍ଗେ ସାଙ୍ଗେ ବର୍ଷକ ଭିତରେ ଆସି ଯାଇଥାନ୍ତି ନୂତନ ଅତିଥି।

 ବାପା କି ମାଆ ହେବା ସୁଖ କିଛି ନିଆରା
ଦାୟିତ୍ୱ ବଢିଯାଏ
ନିଦ ହଜିଯାଏ
କେବେ ପିଲା ରୋଗ ପାଇଁ
କେବେ ପଢା ପାଇଁ ତ
କେବେ ଭବିଷ୍ୟତ ପାଇଁ
ଖୁବ ଖଟିବାକୁ ପଡେ
ନିଜ ଅବସ୍ଥାନୁଯାୟୀ ସଞ୍ଜୟ କରିବା
 ନିହାତି ଜରୁରୀ

ପରିବାର ସାଙ୍ଗକୁ ନିଜ ଛୁଆ ପିଲାଙ୍କ ଚିନ୍ତା
ନିଜ ପେଟରୁ କାଟ
 ନିଜ ସଉକ ଛାଡ଼
ନଲେ ଭଲ ଭବିଷ୍ୟତ
 କିବା ସହର ଛାତିରେ ଘର ଖଣ୍ଡେ କରିବା
ସ୍ୱପ୍ନ ଅଧୁରା ରହିଯିବ ଯେ।

 ପିଲାଙ୍କ ଛୋଟ ବେଳେ ଚିନ୍ତା
ବେଶୀ ରୋଗ ପାଇଁ
ବଡ଼ ହେଲେ ଚିନ୍ତା ସଙ୍ଗ ନେଇ
ନିଶା ପାଣି ଖାଉନି ତ..
ଅସାମାଜିକ ବନ୍ଧୁ ମେଳେ ବାପା ଅଜା ନାଁ ପକେଇବନି ତ ..
ଠିକ୍ ଭଲ ମଣିଷଟିଏ ହେବତ ..
ଭଲ ଚାକିରୀଟିଏ ମିଳିବତ..
ପୁଣି ଭଲ ଜୀବନ ସାଥିଟିଏ ବି
 ସନ୍ତାନ ପାଇଁ ଲୋଡ଼ା
ଚିନ୍ତା ଖାଲି ଚିନ୍ତା ଆଉ ଚିନ୍ତାରେ ସରୁଥାଏ
 ବୟସ ଆୟୁଷ ।

 ତେବେ ଜୀବନ କଣ ଏଇଆ!!
ଖାଲି ଅଣନିଃଶ୍ଵାସୀ ଦୌଡା
ଶେଷକୁ ଯାହା ପାଇଁ ଦୌଡ଼ି ଦୌଡ଼ି
କେତେ ଝୁଣ୍ଟା ଖଣ୍ଡିଆ ଖାବରା
ଝାଳ ନାଳ ସରସରକୁ ରକ୍ତ ପାଣି
 ଏବେ ବଡ଼ ଅଫିସର କିନ୍ତୁ ତୁମେ !!

 କବାଟ ତାଡି ଘର ଭିତରୁ
ବାହାରୁଛ କଙ୍କାଳ
ନିଃସଙ୍ଗ ଜୀବନ ଜିଉଁଥିବା ବାପା ମାଆ
 କିମ୍ବା ବୃଦ୍ଧା ଶ୍ରମେ ଫେଡୁଛ ହରୁଛ ଗୁଣୁଛ
ମିଶାଣ କିନ୍ତୁ ଆସୁନି
କି ଯେ ଏ ଜୀବନ !

 Satyabati Swain Balikuda,Jagatsinghpur.


Rate this content
Log in

Similar oriya poem from Classics