Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramesh takri

Classics

3  

Ramesh takri

Classics

ଚକାଆଖି

ଚକାଆଖି

1 min
208


ରତନ ବେଦିରେ     ଆନନ୍ଦେ ବସିଛ

     ଆହେ ପ୍ରଭୁ ଚକାଆଖି

ମାନବ ଜୀବନେ     ଯାହା ଘଟୁଅଛି

     ସବୁତ ପାରୁଛ ଦେଖି ।


ଜୀବନରେ କେତେ     ପାପ ପୁଣ୍ଯ କଲି

      ହିସାବ ରଖିନି କେବେ

ଅପରାଧୀ ଆଉ     ହେବି ନାହିଁ ଭବେ

     ତୁମ ଦୟା ଥିବ, ଯେବେ ।


ଦୋଷ ଅପରାଧ     ଯାହା ମୁଁ କରିଛି

     ଆଗରୁ ଦେଇଛି ଲେଖି ।


ମୁଁ ଅଟେ ଅଧମ     ମୁରୁଖ ସମାନ

     ତୁମେ ଅଟ ମହାଜ୍ଞାନୀ

ଜ୍ଞାନ ଆହରଣ     କରୁଥିବି ନିଜେ

     ତୁମରି ଆଦେଶ ମାନି ।


ସମାଜର ହିତେ     ସେ ଜ୍ଞାନ ବାଣ୍ଟିବି

     ନିଜେ ମୁଁ ସାଇତି ରଖି ।


ଏଣିକି ମୁଁ ଯାହା     କରମ କରିବି

     ତୁମ ସହମତ ଥିବ

ଦୋଷ ଅପରାଧ    କରିଥିଲେ ଯାହା

     ସଂଶୋଧନ କରିଦେବ ।


ତୁମେ ଥାଉ ଥାଉ     ମୁଁ କଲା କରମ

     କାହାକୁ କରିବି ସାକ୍ଷୀ ।

     


Rate this content
Log in

Similar oriya poem from Classics