STORYMIRROR

Ramesh takri

Others

3  

Ramesh takri

Others

ମିଳନ୍ତାକି ଟିକେ ସୁଖ

ମିଳନ୍ତାକି ଟିକେ ସୁଖ

1 min
236

କଷଣ ଯାତନା   ବଢ଼ାଏ ଯନ୍ତ୍ରଣା

   ଜନତା ପାଆନ୍ତି ଦୁଃଖ

ସୁନ୍ଦର ସଂସାର.  ପ୍ରିୟ ଜନତାର

   ମିଳନ୍ତା କି ଟିକେ ସୁଖ ।୦।


ହସ କାନ୍ଦ ଇଏ   ଆଖି ଲୁହ ଦିଏ

   ଓଠ ଦେଇଯାଏ ହସ

ଉଜାଡ଼ି ଦେବାକୁ   ଯାହାଙ୍କ ପାଖକୁ

   ସୁଖ ଦୁଃଖ ଅବଶୋଶ


ସୁଖରେ ହସନ୍ତି   ଦୁଃଖରେ କାନ୍ଦନ୍ତି

   ପ୍ରିୟ ପରିଜନ ପାଖ ।୧।


ହିଂସା ପ୍ରତି ହିଂସା  ଛଡ଼ାଏ ଭରସା

   ହଜାଇ ଦେଉଛି ହସ

ରୋଗ,ବ୍ୟାଧି,ଜରା   ଦେଉଛି ଡାକରା

   ଛାଡ଼ି ଯାଏ ନାହିଁ ପାଶ


ଏ ମାୟା ସଂସାର   ଲାଗଇ ଅସାର

   ମିଳନ୍ତାକି ଟିକେ ସୁଖ ।୨।


ଅନ୍ୟାୟ ଅନୀତି   ବଢ଼ି ଚାଲେ ନିତି

   ମିଳେ ନାହିଁ ଆଉ ଶାନ୍ତି

ସଂସାର ଚଳଣି   ବଦଳି ଗଲାଣି

   ମାଡ଼ି ଆସଇ ବିପତ୍ତି


କରିଛି ଭରସା  ମନେ କେତେ ଆଶା

   ଥାଅ ପ୍ରଭୁ ପାଖ ପାଖ ।୩।


ଲୁଣ୍ଠନ ଧର୍ଷଣ.  ହୁଏ ଯେଉଁ କ୍ଷଣ

   ଆତଙ୍କ ଖେଳଇ ମନେ

ଦୁଃଖ ଦୁର୍ଘଟଣା   କରେ ବୁଦ୍ଧିବଣା

   ଜନତାଙ୍କୁ ନିତି ଦିନେ


ହଜି ଯାଏ ସୁଖ   ବଢ଼ି ଯାଏ ଦୁଃଖ

   ଏତେବେଳେ ପ୍ରଭୁ ରଖ ।୪।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍