STORYMIRROR

Ramesh takri

Others

3  

Ramesh takri

Others

ପ୍ରେମ କେବେ ମରେନା

ପ୍ରେମ କେବେ ମରେନା

1 min
272

ପ୍ରେମ କେବେ ମରେନାହିଁ  ରହେ ଚିର ସ୍ଥାୟୀ

ସଂସାରରେ ପ୍ରେମଠାରୁ   ବଡ଼ ଆଉ ନାହିଁ ।୧।


ପ୍ରେମ ବଳେ ଜିଣିପାର   ଅନ୍ଯର ହୃଦୟ

ପ୍ରେମ ବିରୁଦ୍ଧରେ ଶତୃ   ହୁଏ ପରାଜୟ ।୨।


ପ୍ରେମ ଶିକୁଳିରେ ବନ୍ଧା  ହୋଇଲେ ଜୀବନ

ସ୍ବାର୍ଥକ ହୋଇ ପାରିବ  ଦେହ ପ୍ରାଣ ମନ ।୩।


ପ୍ରେମ ପୂର୍ଣ ହୃଦୟରେ  ଡାକେ ଭକ୍ତ ଜନ

ଏଥିରେ ସନ୍ତୁଷ୍ଟ ହୋଇ  ଥାନ୍ତି ଭଗବାନ ।୪।


ପ୍ରେମ ବିହୁନରେ ସୃଷ୍ଟି  ହୁଅଇ ପ୍ରଳୟ

ପ୍ରେମର ସ୍ପର୍ଶରେ ବହେ  ଶାନ୍ତିର ମଳୟ ।୫।


ପ୍ରେମପୂର୍ଣ ଜୀବନଟି     ମଧୁମୟ ହୁଏ

ସ୍ନେହ,ଶାନ୍ତି,ମୈତ୍ରୀ, ପ୍ରୀତି ଶୋଭା ପାଉଥାଏ ।୬।


ପ୍ରେମ ସତ୍ଯ ସନାତନ   ଅଟେ ଚିରନ୍ତନ

ପ୍ରେମଥିଲେ ହିଁ ଈଶ୍ବର.    ହ୍ଯନ୍ତି ବିଦ୍ଯମାନ ।୭।


ଏ ଜଗତ ସଦାବେଳେ  ହେଉ ପ୍ରେମମୟ

ଘୁଞ୍ଚିଯାଉ ଦୁନିଆରେ   ସଂଘର୍ଷର ଭୟ ।୮।


ପ୍ରେମର ପ୍ରଦୀପ ଜାଳ   ହୃଦୟ ମନ୍ଦିରେ

ଏହି ମନ୍ଦିରେ ଈଶ୍ବର   ରହିବେ ସାଥିରେ ।୯।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍