STORYMIRROR

Ramesh takri

Others

4  

Ramesh takri

Others

ମାନପତ୍ର ଖେଦ

ମାନପତ୍ର ଖେଦ

1 min
226


କର୍ମେ ଜିଏଁ ନର     କର୍ମ ଏକା ତାର

     ଜୀବନର ମାନଦଣ୍ଡ

କରମ ନକଲେ     ନିଜ ଜୀବନରେ

     ଲକ୍ଷ୍ଯ ହୋଇଥାଏ ପଣ୍ଡ ।୧।


ନିନ୍ଦା ପ୍ରଶଂସାର    ନାଟକ ଅଟଇ

     ଜୀବନର କର୍ମକ୍ଷେତ୍ର

ମାନ ସମ୍ମାନର     ପ୍ରତୀକ ହୁଅଇ

     ସମ୍ବର୍ଦ୍ଧନା ମାନପତ୍ର ।୨।


ନିଷ୍ଠା ଏକାଗ୍ରତା     ସାଧନା ବଳରେ

     କର୍ମ ହୁଅଇ ମହାନ

ଏଭଳି କର୍ମରେ     ମାନପତ୍ର ଲେଖା

     କୃତିତ୍ବର ଜୟଗାନ ।୩।


ଜ୍ଞାନ ଅବା ଗୁଣେ    ସେବା ସହଯୋଗେ

      କରିବାକୁ ପ୍ରତ୍ସାହନ

ଅତିଥି ଗହଣେ     ସଭାମଞ୍ଚ ହୁଏ

     ମାନପତ୍ର ପ୍ରଚଳନ।୪।


ପ୍ରମାଣ ପତ୍ରଟି    ଜ୍ଞାନ ଚରିତ୍ରର

     ପ୍ରମାଣର ପରିଚୟ

ମନବ ଜୀବନେ     ମାନପତ୍ର କରେ

     ପ୍ରଶଂସାର ଜୟଗାନ ।୫।


ପ୍ରତିଭା ନଥାଇ     ସମ୍ମାନ ଖୋଜଇ

     ଶୁଣିଲେ ଲାଗେ ବିଚିତ୍ର

ଅଯୋଗ୍ଯ ବ୍ଯକ୍ତିକୁ     ସମ୍ମାନିତ କଲେ

     ଖେଦ କହେ ମାନପତ୍ର।୬।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍