Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramesh takri

Others

3  

Ramesh takri

Others

ସ୍ବଚ୍ଛ ଭାରତ

ସ୍ବଚ୍ଛ ଭାରତ

1 min
191


ସ୍ବଚ୍ଛତାରେ ରହି   ନିରୋଗ ରହିବା

     ସ୍ବଚ୍ଛ ଭାରତ ଗଢ଼ିବା

ନିଜ ଦେହ ମନ   ସ୍ବଚ୍ଛ ରଖିଥିଲେ

    ସୁଖ ଶାନ୍ତିରେ ରହିବା ।


ନୂଆ ପରିବେଶ   ସୃଷ୍ଟି କରିଯିବା

    ଏହାର ଯତନ ନେବା

ମଇଳା ଦ୍ରବ୍ଯକୁ   ଆବର୍ଜନା କୁଣ୍ଡେ

    ସାବଧାନେ ରଖିଯିବା


ମଳ ମୂତ୍ର ପାଇଁ   ପାଇଖାନା ଗୃହ

    ବ୍ଯବହାର କରୁଥିବା ।


ଗାଆଁ ହେଉ ଅବା   ସହର ହେଉ

    ପରିବେଶ ସଫା ଥିଲେ

ଦେହ ଓ ମନରେ   ପୁଲକ ଯୋଗାଏ

    ଅପାର ଆନନ୍ଦ ମିଳେ


ନିଜ ପରିବେଶ   ସଫା ରଖିବାକୁ

    ନିଜେ ଶପଥ କରିବା ।


ଭାରତ ଦେଶକୁ   ସ୍ବଚ୍ଛତା ରଖିବା

    ସର୍ବେ ସଚେତନ ହେବା

ଖାଇବା ପିନ୍ଧିବା   ବ୍ଯବହାର ଦ୍ରବ୍ଯ

    ପରିଷ୍କାର କରିଯିବା


ଗୃହ,ଅନୁଷ୍ଠାନ,   କାର୍ଯ୍ଯାଳୟ ହେଉ

    ସ୍ବଚ୍ଛତା ସଦା ରଖିବା ।

   


    


Rate this content
Log in