STORYMIRROR

Ramesh takri

Others

4  

Ramesh takri

Others

ବାୟା ବସା

ବାୟା ବସା

1 min
203

କେତେ ମନୋହର.  ନୀଡ଼ ଗଢ଼ିପାରେ

    ଦେଖ ଏ ବାଇ ଚଢ଼େଇ

ଅନ୍ଯ ପକ୍ଷୀ ଯେତେ   ଅଛନ୍ତି ଜଗତେ

    ଏଭଳି ବସାଟେ ନାହିଁ ।୦।


ତାଳ ଗଛ ଅବା   ଖଜୁରି ଗଛରେ

  ବାଇ ଚଢ଼େଇର ବସା

ସୁରକ୍ଷା ଦିଅଇ   ଖରା,ଶୀତ ଅବା

    ଆସିଲେ ଝଡ଼ି ବରଷା 


ଖୁସିମନେ ରହି   ଗୀତ ଗାଇ ଗାଇ

    ନିଜ ବସାରେ ଝୁଲଇ ।୧।


ଛୋଟ ପରିବାର   ଛୋଟ ତାର ଘର

    ଟିକି ଟିକି ଛୁଆ ତା'ର

ପ୍ରତୀକ୍ଷା କରିଛି   କିଛିଦିନ ପରେ

     ଡେଣାରେ ଲାଗିବ ପର


ଛୁଆ ତାର କେବେ   ଦୁନିଆ ଦେଖିବେ

    ରହିଛି ସେ ଆଶା ନେଇ ।୨।


ଏମିତି ବସାଟି   ଗଢ଼ିଛି ଯେମିତି

    କୁଶଳୀ ବିନ୍ଧାଣି ହୋଇ

କେତେ ଯେ ସୁନ୍ଦର.  ବସାଟି ତାହାର

    ଆଉ କାହା ପାଖେ ନାହିଁ


 ଖାଏ ପିଏ ଶୁଏ   ଆନନ୍ଦରେ ରହେ

    ପରିବାର ତାର ନେଇ ।୩।


ଛୋଟ ପକ୍ଷୀଟିଏ.  ନୀତି ଶିକ୍ଷାଦିଏ

    କର୍ମକରି ନିତିଦିନ

ଆପଣା ଜୀବନେ  ରହେନା ମଉନେ

    ଚଳଚଞ୍ଚଳ ତା' ମନ


ଆହାର ଖୋଜଇ.  ଘରକୁ ଫେରଇ

    ନିଜ ପରିବାର ପାଇଁ ।୪।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍