Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramesh takri

Others

3  

Ramesh takri

Others

🌨 ବର୍ଷା ଖେଳୁଛି ଲୁଚକାଳି 🌧

🌨 ବର୍ଷା ଖେଳୁଛି ଲୁଚକାଳି 🌧

1 min
227


ଲୁଚକାଳି ଖେଳ     ହୁଏ ଭାରି ଭଲ

     ଖେଳଇ ବରଷା ରଣୀ

କେବେ ଦେଖା ଯାଏ     ପୁଣି ଲୁଚି ଯାଏ

     ଆଗରୁ ହୁଏନା ଜାଣି ।


ଉତ୍ତପ୍ତ ଧରଣୀ     ଶୀତଳ ହେଲାଣି

     ପହିଲି ବରଷା ପଡ଼ି

ଚଷାଭାଇ ମନ     ହୁଏ ଛନ ଛନ

     ଶଷ୍ଯ କ୍ଷେତକୁ ସଜାଡ଼ି


ଝଡ଼ି ବରଷାରେ     ନଈ ପୋଖରୀରେ

     ବଢ଼ି ଆସିଲାଣି ପାଣି ।


ହାସ୍ଯ ଲାସ୍ଯମୟୀ     ସେ ଭାରି ସେନେହୀ

     ସୁନ୍ଦର ତାରୂପ ରଙ୍ଗ

ଆକାଶରୁ ଆସେ     ଧରାରେ ବରଷେ

     ବଦଳାଏ ନିଜ ଢଙ୍ଗ


 ଚକମକ ହୋଇ     ବିଜୁଳି ଖେଳଇ

     ଦେଖଇ ଧରଣି ରାଣୀ ।


ଶୀତଳ ପବନ     ବହେ ଘନ ଘନ

     ଅନ୍ଧାର ବି ଆସେ ମାଡ଼ି

 ଦୂର ଆକାଶରେ     ମେଘ ରାଇଜରେ

     ଶୁଭିଲାଣି ଘଡ଼ଘଡ଼ି 


ବରଷା ଆସଇ.    ଧରଣୀ ହସଇ

     ଅନ୍ଧକାର ଘଟିଲାଣି ।

     


Rate this content
Log in