Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramesh takri

Others

3  

Ramesh takri

Others

ପାରିବାକି ଜିଣି ହୃଦୟ

ପାରିବାକି ଜିଣି ହୃଦୟ

1 min
229



ପ୍ରସ୍ପୁଟିତ ଫୁଲ     ତା'ଠାରୁ କୋମଳ

     ଯାହାର ନାମ ହୃଦୟକରି ଆଦରତା    ସେନେହ ମମତା

     ଏହାକୁ କରିବ ଜୟ ।


ପ୍ରେମପୂର୍ଣ୍ଣ ମନ    ମଧୁର ବଚନ

    ସର୍ବ ଜନମନ ଟାଣେ

ଦୟା,କ୍ଷମା ଗୁଣ     ଥିଲେ ପରିପୂର୍ଣ୍ଣ

     ପ୍ରାଣୀଙ୍କ ହୃଦୟ ଜିଣେ


ଆଚାର ବିଚାର     ଉତ୍ତମ ସଂସ୍କାର

     ସର୍ବଜନ ହେବ ପ୍ରିୟ ।

ଚେତନା ଓ ଚିନ୍ତା     ଆଣେ ନୂତନତା

     ଯୋଗାଏ ଦିବ୍ଯ ଭାବନା

ସ୍ବଚ୍ଛତାର ମନ    ପବିତ୍ର ଜୀବନ

     କରେ ମଙ୍ଗଳ କାମନା


ଆପଣା ଓ ପର.    ନକରି ବିଚାର

     ସେବାରେ ରଖିବ ଲୟ।


ପର ଦୁଃଖେ ଦୁଖି     ପର ସୁଖେ ସୁଖି

      ନିଜେ ଅନୁଭବ କରି

ଆପଣାର ହେବ     ହୃଦୟ ଜିଣିବ

     ତ୍ଯାଗପଥ ଅନୁସରି


ସହଯୋଗ ଭାବ     ମଧୁର ସ୍ବଭାବ

    ପାରିବ ଜିଣି ହୃଦୟ ।



Rate this content
Log in