Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramesh takri

Others

3  

Ramesh takri

Others

ଗର୍ବ କାହିଁକି କରୁଛ

ଗର୍ବ କାହିଁକି କରୁଛ

1 min
204


ଯାହା ଆଜି ଥିବ   କାଲିକି ନ ଥିବ

     ଗର୍ବ କାହିଁକି କରୁଛ

ସମ୍ପତ୍ତି ନ ଥିବ    କ୍ଷମତା ବି ଯିବ

     କାହିଁକି ଭୁଲିଯାଉଛ ।


ମଣିଷ ଜୀବନ     ହୋଇବ ମହାନ

     କଲେ ଦାନ,ଧର୍ମ କର୍ମ

ସେବା ସହଯୋଗ     କରିଗଲେ ଆଗ

     ସାର୍ଥକ ହୋଇବ ଶ୍ରମ ।


କଥା କହିବାରେ     ବଡ଼ପଣତାରେ

     ଆଗରୁ କହି ଆସୁଛ ।


କରେ ଯିଏ ଗର୍ବ     ହୁଏ ତାର ଖର୍ବ

     ଭାଙ୍ଗିଯାଏ ବଡ଼ପଣ

ଆଜି ଯାହା ଥାଏ     କାଲିକି ହରାଏ

     ହୁଏ ସବୁ ଅକାରଣ ।


କାହା ପାଇଁ କେତେ   ଦେଲ ନେଲ ଯେତେ

     ତାହା କାହିଁକି କହୁଛ ।


ଅହଂକାର ମନ     ଗର୍ବର କାରଣ

     ସଦା ଆୟତ୍ତ କରିବ

ଯାହା ଦେଇଥିବା    ତାହା ହିଁ ପାଇବା

     ଏ କଥା ଭୁଲି ନ ଯିବ ।


ସେବାରେ ପ୍ରେମରେ     ମନ ଜିଣିବାରେ

      ସଙ୍କୋଚ କିମ୍ପା କରୁଛ ।

     


Rate this content
Log in