STORYMIRROR

Ramesh takri

Others

4  

Ramesh takri

Others

ଅଙ୍କା ବଙ୍କା ନଈ

ଅଙ୍କା ବଙ୍କା ନଈ

1 min
232

ଭୁଗର୍ଭର ଜଳ   ଅବିରତ ଝରେ 

    ତୃଷା ମେଣ୍ଟାଇବା ପାଇଁ 

ପର୍ବଢ କଢ଼ରେ   ଉତ୍ପତ୍ତି ହୋଇ ସେ

    ନଈର ରୂପ ନିଅଇ ।୧।


କେତେ ଗିରିବନ   ପର୍ବତ କାନନ

    ସାଥେ ସମତଳ ଭୂଇଁ

ଆଗକୁ ଆଗକୁ   ଅଙ୍କା ବଙ୍କା ହୋଇ

    ବହି ଚାଲିଛି ଏ ନଈ ।୨।


ନର ପଶୁ ପକ୍ଷୀ   କୀଟ ଓ ପତଙ୍ଗ

    ଉଦ୍ଭିଦ ଜଗତ ପାଇଁ

ଜଳ ଦାନ କରି   ଆଗକୁ ଚାଲଇ

    ଅଙ୍କା ବଙ୍କା ନଈ ହୋଇ ।୩।


ଗ୍ରୀଷମ, ଶୀତରେ   ତା' ଦୁଇ ପାର୍ଶରେ

    ହସଇ ସବୁଜ କ୍ଷେତ

ବରଷା ୠତୁରେ   ନଈବଢ଼ି ହେଲେ

    ଲାଗେ ଭାରି ଭୟଭୀତ ।୪।


ଥକ୍କି ସେ ଯାଏନି   ବିଶ୍ରାମ ନିଏନି

    ଅବିରତ ଚାଲେ ବହି

ଧରଣୀ ଗର୍ଭରୁ   ସୃଷ୍ଟି ହୋଇଅଛି

    ପ୍ରାଣୀଙ୍କ କଲ୍ଯାଣ ପାଇଁ ।୫।


ଛୋଟ ବଡ଼ କେତେ   ଗ୍ରାମ ସହରକୁ

    ସେନେହରେ ଯାଏ ଛୁଇଁ

ତା' ଲକ୍ଷ୍ଯ ପଥରେ   ଆଗେଇ ଚାଲିଛି

    ସାଗରେ ମିଶିବା ପାଇଁ ।୬।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍