Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramesh takri

Children

3  

Ramesh takri

Children

ସ୍ବାଧୀନତା ଦିବସ

ସ୍ବାଧୀନତା ଦିବସ

1 min
156


ସ୍ବାଧୀନ ଭାରତ   ମାତାର ସନ୍ତାନ

    ସର୍ବେ ହେବା ସଚେତନ

ଜନମ ଭୂଇଁର   ସ୍ବାଧୀନତା ଆଉ

    ସୁରକ୍ଷାରେ ଦେବା ମନ ।


ଭାରତ ମାତାର.    କେତେ କେତେ ବୀର

     ଦେଇ ତାଙ୍କ ବଳିଦାନ

ତ୍ଯାଗ ସେବା ବଳେ     ଶତୃକୁ ତଡ଼ିଲେ

     କଲେ ଭାରତ ସ୍ବାଧୀନ ।


ମାଆ ମାଟି କୋଳେ   ବଢ଼ି ଆସୁଥିବା

    ଯେତେ ଭାରତିୟ ଜନ

ମିଳିମିଶି ସର୍ବେ   ଏକତାରେ ରହି

    ହୋଇଯିବା ସଂଗଠନ ।


ଏହି ଦେଶ ମାଟି   ପାଣି ପବନରେ

     ଗଢ଼ା ଆମରି ଜୀବନ

ଦେଶ ପାଇଁ ଭଲ   କାମ କରିଯିବା

    ରଖିବା ଦେଶର ମାନ ।


ଭାରତ ଦେଶର   ସନ୍ତାନ ଆମେରେ 

    ସରବେ ଆମେ ସମାନ

ରଙ୍ଗ ରୂପ ଭାଷା   ଜାତି ଧରମରେ

     କେହି ନୁହେଁ ବଡ଼ ସାନ।


ସ୍ବାଧୀନ ଭାରତ   ଦେଶର ଏକତା

    ବଞ୍ଚାଇ ରଖିବା ପାଇଁ

ଶପଥ କରିବା   ଆସ ଆଜି ଆମେ

    ଭେଦଭାବ ଭୁଲିଯାଇ ।

    


Rate this content
Log in

Similar oriya poem from Children