ମାଆ
ମାଆ
( 1 )
ମଧୁ ଠାରୁ ମଧୁର ନାଁ ତୋର
ମାଆ ବୋଲି ଡାକି ଦେଲେ
ବଡ଼ ଦେଉଳରେ ନେତ
ଉଡେ ଫର ଫର ll
( 2 )
"ମାଆ" ଡାକରେ କି ଯାଦୁ
ଅଛି କେଜାଣି,
ଗହ ଗହ ନାଦେ ଭରି
ଉଠେ ମେଦିନୀ,
କି ସମ୍ମୋହନ ଶକ୍ତି ମାଗୋ
ଅଛି ତୋ ଠାରେ,
ତୋ କୋଳେ ଶୋଇବା ପାଇଁ
ଏ ଜଗତ ଝୁରେ ll
( 3 )
"ମାଆ" ବୋଲି ଡାକି ଦେଲେ
ଥରି ଉଠେ ଧରିତ୍ରୀ
ଆସନ କମ୍ପି ଉଠଇ ସକଳ
ଦେବ ଦେବତି ll
( 4 )
"ମାଆ" ଡାକରେ କି ଅପୂର୍ଵ
ସଂଯୋଗ ରହିଛି
ମାଆ ବୋଲି ଡାକି ଦେଲେ
ତ୍ରିବେଣୀ ଝରୁଛି ll
( 5 )
ମାଆ ର ସରି କେହି ନାହିଁ
ମାଆ ର ଡାକରେ ଅମୃତ ଝରଇ
ଏ ଜଗତ ପାଇଁ
ସେ ଯେ ଅମୃତ ମୋଣହିଁ ll
( 6 )
ମାଆ ତୁମେ ମାତୃରୂପିଣୀ
ଦେବୀ ଦୁର୍ଗା, କାଳୀ,
ବିଭିନ୍ନ ରୂପରେ ପୂଜିତା
ତୁମେ "ମାତୃ ରୁପେଣ ସ°ସ୍ଥିତା ll"
( 7 )
କିଏ କହେ ମାଆ ତୁମେ
କିଏ କହେ ବୋଉ,
କିଏ ଡାକେ ମମି ମମି
ସବୁରେ ତୁ ଥାଉ ll
( 8 )
କୀଟ ପତଂଗ ପଶୁ ପକ୍ଷୀ
ସଭିଁଏ ମାଆ ର ମମତା ରେ ପାଳିତ
ମାଆ ତୁମେ ସକଳ ଘଟରେ
ମମତାମୟୀ ରୂପେ ପୂଜିତ ll
( 9 )
ତୁମେ ସୃଷ୍ଟି ତୁମେ ସ୍ଥିତି
ତୁମେ ହିଁ ଧରିତ୍ରୀ,
ତୁମେ ନାରୀ ରୂପେ ନାରାୟଣୀ
ତୁମେ ହିଁ ଭାରତୀ ll
( 10 )
ତୁମେ ସର୍ବ ମଙ୍ଗଳର
ମାଙ୍ଗଳିକ ଉଚ୍ଚାରଣ,
ତୁମେ ଗୀତା ଭାଗବତ ର
ପବିତ୍ର ପ୍ରବଚନ ll
( 11 )
ତୁମେ ପରିପୂର୍ଣ୍ଣା ର
ପୂର୍ଣ୍ଣ କଳସ,
ତୁମକୁ ସଦା ଝୁରେ
ମୋର ମାନସ ll
( 12 )
ତୋ ନିଃସ୍ୱାର୍ଥ ମମତାରେ
କେତେ ଯେ ପିୟୁଷ ଝରେ
ମା ତୁମେ ମମତାମୟୀ ଗୋ
ଆଶୀର୍ବାଦ ବୋଳି ଦିଅ ମୋ ମଥାରେ ll
( 13 )
ନ ଖାଇ ଖୁଆଉ ତୁ
ନ ପିନ୍ଧି ପିନ୍ଧାଉ ତୁ
ତୁ ଗୋ ମମତା ମୟୀ
ଜଗତ ଜନନୀ ତୁ ହିଁ ତୁ ll
( 14 )
ହାତ ଧରି ତୁ ଚାଲି ଶିଖଉ
ମାତୃଭାଷା ତୁ ଓଠରେ ଦେଉ
ମନରେ ତୁହି ଆଦ୍ୟ ଅକ୍ଷର
ସଭିଙ୍କୁ ଭରି ଦେଉ ll
( 15 )
ରୋଗ ଶେଯରେ ଯେ କରେ ଆହା
ଭୋକିଲା ପେଟକୁ ଯେ ହୁଏ ସାହା
ଅନ୍ଧାରେ ଦେଖାଏ ଯେ ରାହା
ସେହି ଅଟେ ଆମ ମାଆ ll
( 16 )
ଦେହୁ ଧୂଳି ଝାଡେ ଯେ ପଣତରେ
ଦୁଃଖ ଦେଖି ଯା ଆଖିରୁ ଲୁହ ଝରେ,
ସୁଖୀ ହୋଇ ଥାଏ ଆମ ସୁଖରେ
ତା ପରି ନାହିଁ କେହି ଏଇ ଦୁନିଆଁରେ ll
( 17 )
ଯା ହସରୁ ଝରଇ ହୀରା ମୋତି
ଯା ଆଖି ଦୁଇଟି କଜଳପାତି,
ଯାର ସେନେହ ଝରା ଚାନ୍ଦ
ିନୀରାତି
ସେଇ ମାଆଟି ଆମର ଚିର ସାଥୀ ll
( 18 )
ରୋଗେ ପଡିଲେ ସେ ଆମ ସେବିକା
କେବେ କରେ ନାହିଁ ସିଏ ଅଣଦେଖା,
ଏ ଜୀବନ ଧନ୍ୟ ଆଜି ତାର ପାଇଁ
ଦେବୀର ପ୍ରତିମା ସେ ଆମ ପାଇଁ ll
( 19 )
ସେ ମଙ୍ଗଳ କାରିଣୀ ମାଆ ମଙ୍ଗଳା
ସେ ଅଭୟ ଦାୟିନୀ ମାଆ ଶାରଳା,
ଦୁଃଖୀ ପାଇଁ ସେ ଦୁଃଖ ହାରିଣୀ
ସେ ଅନ୍ନପୂର୍ଣ୍ଣା ମାଆ ଜଗତ ଜନନୀ ll
( 20 )
ସରଗ ଠାରୁ ବଡ଼ ତୁ ମାଆ
ତୁ ଧରିତ୍ରୀ ସର୍ବଂସହl,
ତୁ ଆମ ଜୀବନ ମାଆ
ଦୁଃଖେ ସୁଖେ ହୋଇବୁ ସାହା ll
( 21 )
ମାଆ ତୋର ପଣତ
ବଡ଼ ଦେଉଳ ନେତ
ମାଆ ତୁ ସବୁଠୁ ମହାନ
ମାଆ ତୁ ପୃଥିବୀଠୁ ଗରୀୟାନ ll
( 22 )
ମାଆ ତୁ ସୃଷ୍ଟିର ମୁଗ୍ଧ ଆମନ୍ତ୍ରଣ ଟିଏ
ତୋ ମୂଲ୍ୟ ବା କୋଳିବ କିଏ,
ତୁ ଅମୁଲ୍ୟ ମୂଲ୍ୟ ରତନ
ସନ୍ତାନ ଙ୍କ ଅଟୁ ଜୀବନ ll
( 23 )
ତୋ ବକ୍ଷର ଅମୃତ ରସ
ଆମ ଜୀବନ କଲା ସରସ
ତୋ ଆଶୀର୍ବାଦ ର ଝର,
ଝରୁ ଥାଉ ସଦା ଝର ଝର ll
( 24 )
ତୁ କେବେ ମାଆ ହୋଇ କୋଳେଇ ନେଉ
କେବେ ବନ୍ଧୁ ହୋଇ ମନ କଥା ବୁଝୁ,
କେବେ ଗୁରୁ ହୋଇ ଶିଖା ଦେଉ,
ମମତା ଡୋରିରେ ସଦା ବାନ୍ଧି ଥାଉ ll
( 25 )
ତୋ ମମତା କଣି ଟି ପାଇଁ
ସନ୍ତାନ ହୁଏ କେତେ ହାଇଁ ପାଇଁ,
ତୋର ଅମୃତ ପରଶ
ସଦା ଜୀବନରେ ଆଶ ll
( 26 )
ତୁମେ ସୃଷ୍ଟି ର ସମ୍ଭବ ର ସମ୍ଭାବନା
ଭୂମିରୁ ଭୂମା ଯାଏ ହୁଏ ତଵ ଅର୍ଚ୍ଚନା,
ତୁମେ ଶାନ୍ତି ମୈତ୍ରୀ ର ଚାରୁ କଳ୍ପନା
ତୁମେ ମେଘ ମହ୍ଲାର ର ମୂର୍ଚ୍ଛନା ll
( 27 )
ତୁମେ ଗଙ୍ଗା, ଯମୁନା, ସରସ୍ୱତୀ
ତୁମେ ସତ୍ୟ ଶାନ୍ତିର ପ୍ରତିମୂର୍ତ୍ତି,
ତୁମେ ଧରମ ନଉକା ଜୀବନର
ତୁମେ ସତ୍ୟ ର ବାଣୀ ଏ ମନର ll
( 28 )
ତୁମ ଆଶିଷ ତୁମ ଉପଦେଶ
ମନେ ଭରି ଦିଏ କେତେ ସାହସ,
ତୁମେ ଅମୃତ ସର୍ଜନା ଏ ସୃଷ୍ଟି ର
ପରଶ ତୁମର ଅମୃତର ଝର ll
( 29 )
ସନ୍ତାନ ବତ୍ସଳl, ତୁମେ
ଚେତନା ର ରାହା
ସନ୍ତାନ ଦୁଃଖରେ ଦୁଃଖୀ
ସଦା କର ଆହା ll
( 30 )
ମନ୍ତ୍ର ମୁଗ୍ଧ ଶବ୍ଦ ଟିଏ
ଏ ସୃଷ୍ଟି ର ସର୍ଜନା,
ବେଦପତି ରଚିଥିଲେ
ନାହିଁ ତା କଳନା ll
( 31 )
ସୃଷ୍ଟି ର ସକଳ ଶକ୍ତି ବିଭବ ତୋ ଠାରେ
ପାଦେ ତୋର ଠୁଳ କଲେ କେହି ସମ ନୁହେଁ,
ତୁ ଦୟା, ତୁ କ୍ଷମା ଶାନ୍ତି ଅବତାର ,
ଯୁଗେ ଯୁଗେ ଜନ୍ମ ଲଭେ ତୋରି ଜଠର ।
( 32 )
ତୋହରି ବିକଳ୍ପ ନାହିଁ
ଏ ଜଗତେ କେହି
ଗୀତା ଭାଗବତ ସବୁ
ତୋହରି ପାଇଁ,
ତୁ ପୂଜ୍ୟ ତୁ ନମସ୍ୟ
ଚିର ବନ୍ଦନୀୟା
ପଦ ଧୂଳି ଦେ ବୋଳି
କର ମାଆ କରୁଣା ll