STORYMIRROR

Alaka Dash

Others

3  

Alaka Dash

Others

ଝରା ସ୍ମୃତିରେ

ଝରା ସ୍ମୃତିରେ

1 min
219

ଶୁଭ୍ର ତଟିନୀର କୂଳୁ କୂଳୁ 

ସଙ୍ଗୀତରେ, 

ରୁପା ଜୋଛନାର 

ଅଳସ ଆଖିରେ, 

ମଲ୍ଲୀ ମାଳତୀର 

ଭିଜା ଗୋଧୂଳିରେ 

ମନେ ମୋର ରୁଣୁ ଝୁଣୁ ବାଜେ 

ପାଦର ପଇଁରି, 

ମିଟି ମିଟି ହସେ ତାରା, 

ଆକାଶର ମୁକୁଳା ଛାତିରେ, 

କଦମ୍ବର ଝରା ଝରା ପାଖୁଡ଼ାରେ, 

ଫଗୁଣର ଭରା ଭରା ମଳୟରେ 

ମନ କୁଞ୍ଜ ବନେ ରଚେ ଅଭିସାର, 

କେବେ ମୁଁ ସାଜିନି ମାନିନୀ ଶ୍ରୀରାଧା, 

ଲୁଟିବାକୁ ଚାହିଁନି ପ୍ରେମର ପସରା, 

କେବେ ଦେଖିନି ଯମୁନା, 

ହୋଇନି ପ୍ରେମ ପାଗଳିନୀ 

ବାନ୍ଧିନି ନୁପୁର, ସାଜିନି ଦେବଦାସୀ, 

ଅହର୍ନିଶି ହୃଦ କୁଞ୍ଜ ବନେ 

ଖୋଜିଛି ଲୁଚି ଲୁଚି 

ସେଇ ଅପରୂପ ରୂପ, 

ମନ ଭୁଲା ଛବି, 

କୋଟି କନ୍ଦର୍ପ ଜିଣା କାନ୍ତି 

ମନ ସିଂହାସନେ, 

ତୁମେ ମୋ ଜୋଛନା ରାତି 

ପ୍ରିତୀ ଉଆସର, 

ମୁଁ ଏକ ତୃଷାର୍ତ୍ତ ଚାତକିନୀ 

ତୁମେ ମଧୁ ଭରା ବାଦଲ, 

ଥରେ ବରଷି ଯାଅ, 

ଛୁଇଁ ଯାଅ, 

ମଧୁ ମଧୁ ବାତାୟନେ 

ଭିଜା ଭିଜା ମହକରେ, 

ପ୍ରୀତି ଲଗନର ସପ୍ତ ରଙ୍ଗେ, 

ଭିଜି ଭିଜି ଭିଜାଇ 

ମିଳନର ଲଗନ 

ଆଙ୍କି ଦିଅ ଆୟୁଷରେ ମମ, 

ତୁମରି ପ୍ରୀତିର ଅଭୁଲା ସ୍ପର୍ଶ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍