STORYMIRROR

Alaka Dash

Others

3  

Alaka Dash

Others

ଯାଜ୍ଞସେନୀ

ଯାଜ୍ଞସେନୀ

1 min
172


ଜ୍ୱଳନ୍ତ ଅଗ୍ନି ଶିଖା କୁ 

ମାପିବ କିଏ ?

ଉଷ୍ଣତାର ରୌଦ୍ରତାକୁ 

ଜାଣିବ କିଏ, 

ଦ୍ରୌପଦୀ ର ଯଜ୍ଞ କୁଣ୍ଡରୁ 

ହିମବନ୍ତ ର ହିମାଙ୍କ ପରିଧି 

ପରଖିବ କିଏ ?

ଜ୍ୱଳନ୍ତ କ୍ରୋଧାଗ୍ନିରେ 

ଦାଉ ଦାଉ ହୋଇ 

ଦ୍ରୌପଦୀ ଖୋଜୁଛି 

ଅୟୁତ ପ୍ରଶ୍ନର ସମାଧାନ !

ହିଂସୁକୀ ଫଣିନୀର ଫଁ ଫଁ ଶ୍ୱାସରେ 

କମ୍ପାଇ ହିମବନ୍ତର ହିଆ, 

ସେ କଣ ଚାହିଁ ଥିଲେ ସ୍ୱର୍ଗ ?

ଶତ ଭ୍ରାତା ର ରକ୍ତାକ୍ତ ଶବ ?

ଦୁର୍ଯ୍ୟୋଧନ ର ଜାନୁ ଭଙ୍ଗ !!!

ଦୁଃଶା ର ରକ୍ତ ପାନ !!

ରାଜ ନନ୍ଦିନୀ ସେ !

ମୀନ ନେତ୍ର ଭେଦି ଥିବା ତୀର 

ଭେଦି ଥିଲା ଅନ୍ତରକୁ, 

ପହିଲି ବସନ୍ତ କୁ, 

ଯେବେ ବାଣ୍ଟିଲେ ନିଜକୁ 

ପଞ୍ଚ ପାଣ୍ଡବରେ 

ବିଖଣ୍ଡିତ ହୋଇ ଥିଲା 

ମନ ପଞ୍ଚ ପ୍ରାଣ, 

ପଣ୍ୟ ଦ୍ରବ୍ୟ ପରି 

ଖଣ୍ଡ ଖଣ୍ଡ ହୋଇ ଥିଲା 

ସ୍ନେହ, ଅନୁରାଗ, ଅନୁକମ୍ପା 

ପ୍ରିତୀ ଓ ବିଶ୍ୱାସ 

ପାଞ୍ଚ ଟି ସୁନା ପଞ୍ଜୁରୀ ର ଶାରୀ ସେ, 

ଘୋଶୁ ଥିଲେ ସତ୍ୟ ଧର୍ମ ର ନାମ, 

ନ୍ୟାୟ ମୂର୍ତ୍ତିର ବାହୁ ଛାୟା ତଳେ, 

ଲେଶ ମାତ୍ର ଗର୍ବ ଅହଂକାର ନ ଥିଲା, 

ଧର୍ମ, ଅନୁରାଗ, ସତ୍ୟ ସଂଧାନେ 

ସଦା ବ୍ରତୀ, 

ସ୍ୱାମୀ ଅନୁଗାମିନୀ ହୋଇ, 

କଟାଇବେ ଅନ୍ତିମ ଦିନ, 

ବହୁ ଦିନୁ ସେ ସମର୍ପି ଦେଇ ଥିଲେ ନିଜକୁ 

ସଖାଙ୍କର କୋଟିବସ୍ତ୍ର ର 

ପରସ୍ତ ପରସ୍ତ ଅନୁରାଗରେ, 

ପଞ୍ଚପତି ଙ୍କର ପାଟରାଣୀ ହୋଇ ମଧ୍ୟ, 

ବାର ବାର ଅସହାୟ, ବିବଶତା ର 

ହାତ ବଢ଼ାଇଛନ୍ତି 

ବଳିୟାର ଭୁଜ ଛାଇ କୁ, 

ସେଇ କେବଳ ନିଃସଙ୍ଗ ର ସଙ୍ଗ, 

ଅବାଟର ବାଟ, 

ଅନ୍ଧାର ରରେ ଦୀପ୍ତିମନ୍ତ ଶିଖା, 

ସେ ହିଁ ବିଶ୍ୱାସ, ସେହିଁ ତାଙ୍କର ସ୍ୱର୍ଗ, 

ଆଉ ସବୁ ତୁଛ, ନିମିତ୍ତ ମାତ୍ର, 

ଜଣେ ଅବତାର ଅନ୍ୟ ଜଣେ ଅବତାରୀ, 

ଜଣେ କୃଷ୍ଣ ଅନ୍ୟ ଜଣେ କୃଷ୍ନା 

କୃଷ୍ଣ ନିମନ୍ତେ କୃଷ୍ଣା, 

ଏକ...... ଅଭିନ୍ନ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍