Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alaka Dash

Classics Others

3  

Alaka Dash

Classics Others

କିଏ କହେ ତୁମେ

କିଏ କହେ ତୁମେ

1 min
183



କିଏ କହେ ତୁମେ ଅସରା ପସରା 

ମଧୁମୟ ମଧୁଗୀତି, 

ମଧୁମୟ ବନେ ମଙ୍ଗଳ ଲତିକା 

ଶୁଭ୍ର ବନାନୀ ର ରାତି l

କିଏ କହେ ତୁମେ ଚୋରା ଚଇତିର 

ମଳୟର ମଧୁ ଗନ୍ଧ, 

ଫଗୁଣର ଫଗୁ ଭରା ଯାମିନୀ ର 

ପ୍ରଣୟ ର ପ୍ରତି ଛନ୍ଦ l

କିଏ କହେ ତୁମେ ମାନିନୀ ରାଧାର 

ଯମୁନାର କଳା ଚାନ୍ଦ, 

ଗୋପ ନାରୀ ପାଇଁ ଗୋପନ ପେଟିକା 

ରସିକ କଳା ମୁକୁନ୍ଦ l

କିଏ କହେ ତୁମେ ରାଧା ମୀରା ପାଶେ 

ନିଜକୁ କରିଛ ବନ୍ଦୀ, 

କିଏ କହେ ତୁମେ ଭକତର ସାଥେ 

ନିଜକୁ ଦେଇଛ ଛନ୍ଦି l

କିଏ କହେ ତୁମେ କ୍ଷମାର ସାଗର 

ଶୁଭ୍ର ଶରତର ଇନ୍ଦୁ, 

କେଉଁ ଦୋଷେ ମୋତେ ଦଣ୍ଡୁଛ ହେ କୁହ 

ଦିନ ବିତେ କାନ୍ଦୁ କାନ୍ଦୁ l

କାହା ପାଇଁ ତୁମେ ପୁନେଇଁ ର ରାତି 

ମୋ ପାଇଁ ଅମା ଅନ୍ଧାର, 

ରାଜ ଦାଣ୍ଡେ ଆଜି ସର୍ବହରା ମୁଁ 

ବାଟ ଚାହିଁଛି ତୋର l

କିଏ କହେ ତୁମେ ଭାବଗ୍ରାହୀ ପ୍ରଭୁ 

ଭକତ ର କୃପା ସିନ୍ଧୁ, 

ଚାତକିନୀ ସାଜି ଚାହିଁଛି ଆଜି ମୁଁ 

ନ ମିଳିଲା କୃପା ବିନ୍ଦୁ l

କରିବିନି ଅଳି ଅଝଟ ହୋଇ ମୁଁ 

ମାଗିବିନି ଆଉ କିଛି, 

ଗଡିଲାଣି ସଞ୍ଜ ମେଲାଣି ଦିଅ ହେ 

ସୁଖେ ମୁଁ ଯିବି ଲେଉଟି l

ବିଷୟା ବିଷ କୁ ଲୋଡ଼ା ନାହିଁ ମୋର 

ନାହିଁ ମୋ କିଛି ମାଗଣା, 

ତୁମ ଜପା ମାଳି କରିଛି ସଙ୍ଖାଳି 

ସେହି ମୋ ବାଟ ପାଉଣା ll


Rate this content
Log in

Similar oriya poem from Classics