Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Classics Inspirational

3  

Satyanarayan Sahoo

Abstract Classics Inspirational

ବୀର  ଭଗତ ସିଂହ - ୧

ବୀର  ଭଗତ ସିଂହ - ୧

1 min
181



ହେ ବୀର ଭଗତ ସିଂହ ତୁମେ ହିଁତ

ଦେଶ ସ୍ବାଧୀନତା ପାଇଁ

ସଂଗ୍ରାମରେ ରତ ରହିଲ ନିରତ

ନାନା ବିପ୍ଳବ ଭିଆଇ ।


ଦେଶ ଦଶ ଲାଗି ହସି ହସି ଦେଲ

ଅକାତରେ ପ୍ରାଣ ବଳି

ତୁମ ବଳିଦାନ ଦିବସ ପାଳନ

ସହୀଦ ଦିବସ ବୋଲି ।


କରି ଆସୁ ଅଛୁ ଆମ ଦେଶ ବାସୀ 

ମାର୍ଚ୍ଚ ମାସର ତେଇଶି

ତାରିଖକୁ ଆମେ ପ୍ରତ୍ଯେକ ବରଷ

ଉଣାଇଶ ଏକତ୍ରିଶି ।


ମସିହାରେ ତୁମେ ଘେନିଲ ବିଦାୟ

ମାତ୍ର ତେଇଶ ବରଷେ

ସାଧି ଅଛ କେତେ ବହୁବିଧ କାର୍ଯ୍ଯ

ଜୀବନର ଅଳ୍ପାୟୁଷେ ।



Rate this content
Log in

Similar oriya poem from Abstract