STORYMIRROR

Satyanarayan Sahoo

Abstract Classics Inspirational

3  

Satyanarayan Sahoo

Abstract Classics Inspirational

ବୀର  ଭଗତ ସିଂହ - ୧

ବୀର  ଭଗତ ସିଂହ - ୧

1 min
219


ହେ ବୀର ଭଗତ ସିଂହ ତୁମେ ହିଁତ

ଦେଶ ସ୍ବାଧୀନତା ପାଇଁ

ସଂଗ୍ରାମରେ ରତ ରହିଲ ନିରତ

ନାନା ବିପ୍ଳବ ଭିଆଇ ।


ଦେଶ ଦଶ ଲାଗି ହସି ହସି ଦେଲ

ଅକାତରେ ପ୍ରାଣ ବଳି

ତୁମ ବଳିଦାନ ଦିବସ ପାଳନ

ସହୀଦ ଦିବସ ବୋଲି ।


କରି ଆସୁ ଅଛୁ ଆମ ଦେଶ ବାସୀ 

ମାର୍ଚ୍ଚ ମାସର ତେଇଶି

ତାରିଖକୁ ଆମେ ପ୍ରତ୍ଯେକ ବରଷ

ଉଣାଇଶ ଏକତ୍ରିଶି ।


ମସିହାରେ ତୁମେ ଘେନିଲ ବିଦାୟ

ମାତ୍ର ତେଇଶ ବରଷେ

ସାଧି ଅଛ କେତେ ବହୁବିଧ କାର୍ଯ୍ଯ

ଜୀବନର ଅଳ୍ପାୟୁଷେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract