କଳି ରେ କାଳିଆ କରୁଛି ଲୀଳା
କଳି ରେ କାଳିଆ କରୁଛି ଲୀଳା
କଳି ରେ କାଳିଆ କରୁଛି ଲୀଳା
କଳି ରେ କାଳିଆ କରୁଛି ଲୀଳା
ଲୀଳା ମୟ ସେହି ଯେ ଚକା ଡୋଳା ।
ଲୋଡ଼େ ଭକ୍ତି , ଭାଵେ ହୁଏ ସେ ଭୋଳା
ଲାଭ କରି ପୁଣ୍ୟ ଦେଖି ତା ଲୀଳା ।
ଲୀଳା ମୟ ବିଭୁ ଭକ୍ତି ବାଉଳା
ବଡ ଦେଉଳ ରୁ ଭକତ ମେଳା ।
ମେଲି ଚଳାଏ ସେ ରଥ ଯାତରା
ଭକତି ଭାବ ରେ ଦିଏ ସେ ଧରା ।
ତୋରା ଦିଶେ ବସି ରଥ ଉପରେ
ପରିତେ ଭକତ ଗହଳି ଭରେ ।
ଭାରି ଖୁସି ହୋଇ ହୁଅଇ ଉଭା
ଭାଇ ଭଉଣୀ ଙ୍କ ଗହଣେ ଶୋଭା ।
ପାଇଥାଏ ତିନି ରଥ ରେ ବସି
ସଭିଙ୍କୁ ଦର୍ଶନ ଦେଇ ସେ ଖୁସି ।
ହୁଏ ପାପ ତାପ ଧୋଇ ବିନାଶି
ଦିଅଇ କାଳିଆ ସେ ବ୍ରହ୍ମ ରାଶି ।
ଭକତ ସେବକ ଧାର୍ମିକ ମେଳେ
ଆନନ୍ଦେ ତା ରଥ ଯାତରା ଚଳେ ।
ନୀଳାଚଳୁ ରଥ ଯାଏ ବାହାରି
ବାଜେ ଘଣ୍ଟି ଘଣ୍ଟା ଶଙ୍ଖ ମହୁରୀ ।
ଭକତେ ନିଅନ୍ତି ରଥ କୁ ଟାଣି
ଡ଼ାଆଣି ଡିଣ୍ଡାଣି ଡାଆଣି ଧ୍ଵନି ।
କରି ତିନି ରଥ ବଡ ଦାଣ୍ଡ ରେ
ଗଡି ଗଡି ଚାଲେ ଭକ୍ତ ମେଳ ରେ ।
ମାଉସୀ ବାଡ଼ି ରେ ହୁଅଇ ଉଭା
ଗୁଣ୍ଡିଚା , ଆଡ଼ପ ମଣ୍ଡପ , ସେବା ।
ଉପାସନା ପୂଜା ପାଠ ରେ ତୁଷ୍ଟ
ହୋଇ ଭକତ ଙ୍କୁ ଦେଇ ଅଭିଷ୍ଟ ।
ଫେରଇ ସେ ପରି ବାହୁଡା଼ ଯାତେ
ନବ ଦିନ ଧରି ଲୀଳା ବିରଚେ ।
ଘୋଷ ଯାତ୍ରା ଓ ନବ ଦିନାତ୍ମକ
ଉତ୍ସବ ପାଳନ୍ତି ବହୁତ ଲୋକ ।
ରୁଣ୍ଡ ହୋଇଯାନ୍ତି ଲାଗେ ଗହଳ
ଟାଣି ଟାଣି ରଥ ବଢେ ଚହଳ ।
କଳି ରେ କାଳିଆ କରୁଛି ଲୀଳା
ଚାଲ ଦେଖି ଯିବା ସେ ଚକା ଡୋଳା ।
ରଥ ଉତ୍ସବ ରେ ଦିଏ ଦର୍ଶନ
କରି ସେ କାଳିଆ ଦିଅଁ ପ୍ରସନ୍ନ ।
ଜୀବନ ସାର୍ଥକ କରିବା ଯୋଗ
ଆସିଛି ବର୍ଷକୁ ଥରେ ସୁଯୋଗ ।

