Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Romance

4  

Bijay Prusty

Romance

ପାଚିଲା ପତ୍ରର ରଙ୍ଗ

ପାଚିଲା ପତ୍ରର ରଙ୍ଗ

1 min
287



ଆଜି ଅଛି ସେଇ ଝାଉଁବଣ ସଖୀ

ଅଛି ସେ ଜୋଛନା ରାତି

ମନେଅଛି ମୋର ସେଦିନର ସେଇ

ପୀରତି ବତୁରା ଛାତି I

ଆଖିରେ ନାଚୁଛି ତୁମ ଚାରିପଟେ

ଫୁଲଙ୍କର କୋଳାହଳ

କର୍ଣ୍ଣପଟଳେ ମୋ ପ୍ରତିଧ୍ୱନି ତୋଳେ

ତୁମ ସୁମଧୁର ସ୍ୱର I

ପହିଲି ପଗୁଣ ମୃଦୁ ସମୀରଣ

ଦେଲା ଯେବେ ମୋତେ ଛୁଇଁ

ମୋ ଭିତରେ ସଖୀ ପ୍ରେମିକ ଗୋଟିଏ

ଉଠିଲା ସେଦିନ ଚେଇଁ I

ଏବେ ଗଛୁ ପତ୍ର ପାଚି ଆସିଲାଣି

ବୟସ ମାରୁଛି ହାଇ

ଅଧୁରା ରହିଲା ସାଗର ସଙ୍ଗମ

ଶୁଖି ଆସିଲାଣି ନଈ I

      


Rate this content
Log in

Similar oriya poem from Romance