STORYMIRROR

Bijay Prusty

Romance

3  

Bijay Prusty

Romance

ଚଉରା ମୂଳରେ ଶୀତ

ଚଉରା ମୂଳରେ ଶୀତ

1 min
187


କାକର ଛୁଇଁଲା ମାଟିର ଛାତିକୁ

ଶୀତେଇ ଉଠିଲା ଦେହ

ମହ ମହ ହୋଇ ବାସିଲା ସକାଳ

ଘାଗିଲା ପୀରତି ମୋହ I


ଶୀତଳ ପବନ ତୋ ଦେହରେ ବାଜି

ମୋ ଦେହକୁ ଛୁଇଁ ଯାଏ

କୁହୁଡି ଓଢଣା ଢାଙ୍କେ ତୋର ମୁହଁ

କାକରେ ମୁଁ ଓଦା ହୁଏ I


କାର୍ତ୍ତିକ ମାସର ଚଉରା ମୂଳରେ

ବୟସ ମାରୁଛି ହାଇ

କୁହୁଡି ଆଡେଇ ଜହ୍ନକୁ ଡାକିଲି

ଟିକେ ବି ଚାହିଁଲା ନାହିଁ I


ଇଡିଗଲା ପାଣି ତଳକୁ ତଳକୁ

ହାତକୁ ଫେରେନି ଆଉ

ହଜିଗଲା ଦିନ ଲେଉଟିବ ନାହିଁ

ସ୍ମୃତି ହୋଇ ରହିଥାଉ I

        


Rate this content
Log in

Similar oriya poem from Romance