STORYMIRROR

Narayan Sethi

Abstract Romance Classics

4  

Narayan Sethi

Abstract Romance Classics

ଶୀର୍ଷକ :ରୁହନ୍ତି କି ତୁମ ପାଖରେ

ଶୀର୍ଷକ :ରୁହନ୍ତି କି ତୁମ ପାଖରେ

1 min
439

  

      

ଇଚ୍ଛାହେଉଛି ଆଉଟିକିଏ ରୁହନ୍ତିକି

ତୁମ ପ୍ରେମର ମନ ମନ୍ଦିରେ

ଜମାରୁ ଭଲଲାଗୁନି ଆଜି କାହିଁକି କେଜାଣି

ତୁମକୁ ମୁହୁତଟେ ଛାଡିଗଲାପରେ.......!!

ମନଟା ଭାରି ଝୁରିହେଉଅଛି

ଆଉଟିକିଏ ରୁହନ୍ତିକି ତୁମ ପାଖରେ

କାହିଁକିଏତେ ତୁମକୁ ଝୁରି ହେଉଛି

ଆଜି ମୁଁ ନିଜେବି ନିଜକୁ ବୁଝିବାରେ

ହେଉଅଛି ଅସଫଳ ତୁମ ଆଗରେ

ଇଚ୍ଛାହେଉଛି ଆଉଟିକିଏ ରୁହନ୍ତିକି

ତୁମ ପ୍ରେମର ମନ ମନ୍ଦିରେ............!!

ତୁମେ ପରା ମୋର ହୃଦୟ ର ସ୍ୱନ୍ଦନ

ଏଇ ଶରୀର ମଧ୍ୟରେ

ଛାଡିକି ତ ଯାଇ ନାହିଁ ହେଲେବି କାହିଁକି

ଏ ମନ ବାରମ୍ବାର ବାରମ୍ବାର ଝୁରେ ......!!

ମିଠା ମିଠା ତୁମ ଓଠର ହସ

ମୋତେ ଭାରି ମନେପଡେ

ଇଚ୍ଛା ହେଉଛି ଆଉ ଟିକିଏ ରୁହନ୍ତିକି

ତୁମ ପ୍ରେମର ମନ ମନ୍ଦିରେ..........!!

ଏକା ଏକା ଆଜିଲାଗୁଛି

ତୁମକୁ ପାଖରେ ପାଉନି ବୋଲି

ମନଟା ପ୍ରଶ୍ନ ଉପରେ ପ୍ରଶ୍ନ କରୁଛି

ସତରେ କଣ ତୁମେ ମୋ ମନକୁ

ମୋ ନିଜ ଠୁ ଚୋରାଇ ନେଇ ଗଲାକି.....!!

ଇଚ୍ଛା ହେଉଛି ଆଉ ଟିକିଏ ରୁହନ୍ତିକି

ତୁମ ପ୍ରେମର ମନ ମନ୍ଦିରେ

ଜମାରୁ ଭଲ ଲାଗୁନି ଆଜି କାହିଁକି କେଜାଣି

ତୁମକୁ ମୁହୁତଟେ ଛାଡି ଗଲାପରେ.......!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract