STORYMIRROR

Narayan Sethi

Children Stories Others

4  

Narayan Sethi

Children Stories Others

ଆମ ବାପା ମାଆ

ଆମ ବାପା ମାଆ

1 min
244


ଯିଏ ନର୍କ ଯନ୍ତ୍ରଣାକୁ ସହି

ଆମ ଓଠରେ ହସ ଫୁଟାଏ

ଯିଏ ସବୁ ଅଳୀ ଅରଦଳିକୁ ସହି

ଆମକୁ ଦୁନିଆଁର ସବୁ ଖୁସି ଦିଏ

ସେ ଆଉ କେହି ନୁହେଁ ଆମ ମା' ବାପା..!!

ଯିଏ ଛୁଆର କଷ୍ଟ ଦେଖି ପାରେନା

ନ କହିଲେ ବି ଯିଏ ସବୁ ଦୁଃଖ

ଆପେ ଆପେ ବୁଝିଯାଏ

ସେ ଆଉ କେହି ନୁହେଁ ଆମ ମା' ବାପା..!!

ଓଳିଏ ଖାଇଲେ

ଆର ଓଳି ଉପାସ ରହେ

କିନ୍ତୁ ସେ କେବେ ଲୁହ ଗଡାଏନି

ସଦା ସର୍ବଦା ଅନ୍ୟକୁ ହସାଏ

ସେ ଆଉ କେହି ନୁହେଁ ଆମ ମା' ବାପା..!!

ତା ଛାତିକୁ ଚିରି ଆହାର ଦିଏ

ସବୁ ବିପଦରୁ ସଦା ରକ୍ଷା କରେ

ନିଜ ଜୀବନକୁ ଜଳାଞ୍ଜଳୀ ଦେଇ

ମମତାରେ ତାର ଆମକୁ ହସଉ ଥାଏ

ସେ ଆଉ କେହି ନୁହେଁ ଆମ ମା' ବାପା..!!

ଜିଦି ହେଲେ କି ଦୁଷ୍ଟାମି କଲେ

ଅତି ଆଦରରେ ବୁଝାଇ ସେ ଦିଏ

ଅବାଟରେ ଗଲେ ହାତ ଧରି ସେ

ବାଟୋଇ ନିଏ ତା ପରି ହେବରେ କିଏ

ସେ ଆଉ କେହି ନୁହେଁ ଆମ ମା' ବାପା ...!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍