ଜହ୍ନ ଓ କଇଁ ର ଅତୁଟ ପ୍ରେମ
ଜହ୍ନ ଓ କଇଁ ର ଅତୁଟ ପ୍ରେମ
ତୁମେ ଏମିତି ବସିଥାଅ
ସେ ଆକାଶର ମେଘ ଉହାଡରେ
ମୁଁ ବାସ ତୁମକୁ ନିତି ନିତି
ଏମିତି ଦେଖୁଥିବୀ ଆଉ ମନେ ମନେ
ତୁମ କଥା ଭାବି ଭାବି
ସ୍ୱପ୍ନ ରାଇଜରେ ଖୁବ ହଜିଯିବି
ପ୍ରେମ ପରା ଆମ ଯୁଗ ଯୁଗର
ଏବେ ନୁଆଁ ନା ଅଜଣା ଯେ
ବାସ୍ ଫରକ ଏତିକି ତୁମେ
ମତେ ଆକାଶରୁ ପ୍ରତି ଦିନ ଦେଖୁଛ
ମୁଁ ଏଇ ନଈ ଗାଡ଼ିଆ ପୋଖରୀରୁ
ତୁମକୁ ନିତି ଏଇ ନୀଳ ଆକାଶରେ
ତୁମକୁ ବାସ ତୁମକୁ ଖୋଜୁଛି
ମୋ ପ୍ରେମ ଆଉ ତମ ପ୍ରେମ ପରା
ସାରା ଦୁନିଆଁ ଜାଣିଛି
ନା ଆମର ମିଳନ ହେଉଛି
ନା ଦୁହିଁଙ୍କ ମନ ହୃଦୟରେ
କେବେ ବି ବିଶ୍ୱାସ ଓ ଅବିଶ୍ୱାସର ମଞ୍ଜି
ଜନ୍ମ ନେଇଛି ନା ଆମେ ଜନ୍ମ ହୋଇଛି
ଆମ ପ୍ରେମ ଯୁଗ ଯୁଗରୁ
ଏକ ପବିତ୍ରତାର ଏକ ଉଦାହରଣ
ନା ମୋତେ କେବେ ଅନୁଭବ ହେଇଛି
ତମେ ମୋତେ ଭଲପାଅନି ବୋଲି
ନା ତୁମେ ଛାଡି କେବେ ରହିପାରିଛ
ସେ କଳା ମେଘ ବା ବାଦଲରେ ବୁଲି ବୁଲି
ଆମ ପ୍ରେମ କାଇଁ କେଉଁ ଯୁଗରୁ ଅଛି
ଆଉ ଠିକ ସେମିତି ଅଛି
ଯେମିତି ଆକାଶ ଆଉ ଏ
ପୃଥିବୀର ଜନ୍ମ ହେଇଛି
ତୁମେ ଦୁରେ ହେଲେ ବି ଖୁସି
ତୁମେ ମୋ ଆଖି ଆଗରୁ ଲୁଚିଯାଅ
ତାହେଲେ ବି ମୋ ମନରେ
ଦୁଃଖକୁ ଜମାରୁ ଜାଗା ଦେଇନି
ତୁମକୁ ଭଲପାଏ ଭଲ ପାଉଥିବୀ
ଯେତେ ଯାଏଁ ଏ ପୃଥିବୀ ଥିବ
ତୁମ ସାଥିରେ ରହିଛି ରହିବି
ଯେତେ ଯାଏଁ ଏ ପୃଥିବୀରେ
ତା ଦେହରୁ ଜଳ ସୁଖୀ ନଯିବ ।।

