STORYMIRROR

Narayan Sethi

Abstract Romance Inspirational

4  

Narayan Sethi

Abstract Romance Inspirational

ଜହ୍ନ ଓ କଇଁ ର ଅତୁଟ ପ୍ରେମ

ଜହ୍ନ ଓ କଇଁ ର ଅତୁଟ ପ୍ରେମ

1 min
197


ତୁମେ ଏମିତି ବସିଥାଅ

ସେ ଆକାଶର ମେଘ ଉହାଡରେ

ମୁଁ ବାସ ତୁମକୁ ନିତି ନିତି

ଏମିତି ଦେଖୁଥିବୀ ଆଉ ମନେ ମନେ

ତୁମ କଥା ଭାବି ଭାବି

ସ୍ୱପ୍ନ ରାଇଜରେ ଖୁବ ହଜିଯିବି

ପ୍ରେମ ପରା ଆମ ଯୁଗ ଯୁଗର

ଏବେ ନୁଆଁ ନା ଅଜଣା ଯେ

ବାସ୍ ଫରକ ଏତିକି ତୁମେ

ମତେ ଆକାଶରୁ ପ୍ରତି ଦିନ ଦେଖୁଛ

ମୁଁ ଏଇ ନଈ ଗାଡ଼ିଆ ପୋଖରୀରୁ

ତୁମକୁ ନିତି ଏଇ ନୀଳ ଆକାଶରେ

ତୁମକୁ ବାସ ତୁମକୁ ଖୋଜୁଛି

ମୋ ପ୍ରେମ ଆଉ ତମ ପ୍ରେମ ପରା

ସାରା ଦୁନିଆଁ ଜାଣିଛି

ନା ଆମର ମିଳନ ହେଉଛି

ନା ଦୁହିଁଙ୍କ ମନ ହୃଦୟରେ

କେବେ ବି ବିଶ୍ୱାସ ଓ ଅବିଶ୍ୱାସର ମଞ୍ଜି

ଜନ୍ମ ନେଇଛି ନା ଆମେ ଜନ୍ମ ହୋଇଛି

ଆମ ପ୍ରେମ ଯୁଗ ଯୁଗରୁ

ଏକ ପବିତ୍ରତାର ଏକ ଉଦାହରଣ

ନା ମୋତେ କେବେ ଅନୁଭବ ହେଇଛି

ତମେ ମୋତେ ଭଲପାଅନି ବୋଲି

ନା ତୁମେ ଛାଡି କେବେ ରହିପାରିଛ

ସେ କଳା ମେଘ ବା ବାଦଲରେ ବୁଲି ବୁଲି

ଆମ ପ୍ରେମ କାଇଁ କେଉଁ ଯୁଗରୁ ଅଛି

ଆଉ ଠିକ ସେମିତି ଅଛି

ଯେମିତି ଆକାଶ ଆଉ ଏ

ପୃଥିବୀର ଜନ୍ମ ହେଇଛି

ତୁମେ ଦୁରେ ହେଲେ ବି ଖୁସି

ତୁମେ ମୋ ଆଖି ଆଗରୁ ଲୁଚିଯାଅ

ତାହେଲେ ବି ମୋ ମନରେ

ଦୁଃଖକୁ ଜମାରୁ ଜାଗା ଦେଇନି

ତୁମକୁ ଭଲପାଏ ଭଲ ପାଉଥିବୀ

ଯେତେ ଯାଏଁ ଏ ପୃଥିବୀ ଥିବ

ତୁମ ସାଥିରେ ରହିଛି ରହିବି

ଯେତେ ଯାଏଁ ଏ ପୃଥିବୀରେ

ତା ଦେହରୁ ଜଳ ସୁଖୀ ନଯିବ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract