STORYMIRROR

Narayan Sethi

Abstract Romance Others

4  

Narayan Sethi

Abstract Romance Others

ତୁ ମୋ ହୃଦୟରେ

ତୁ ମୋ ହୃଦୟରେ

1 min
260


ଏକା ଏକା ବସି ନିରୋଳାରେ

ତୋ କଥା ଭାବୁଛି

ଏହି ଜହ୍ନ ଆଲୁଅର ନିତି ରାତିରେ

କିଛି ଭାବୁଛି ପୁଣି

କିଛି କଳ୍ପନାରେ ହଜିଯାଉଛି

ଆସି ଥରେ କହିଦେ ପ୍ରିୟା

ତୁ ମୋ ଏହି ହୃଦୟରେ......।

ସବୁ ମୋତେ ଲାଗେ ଆପଣା ଆପଣା

ପାଖରେ ଦେଖୁଛି ହେଲେ

କହିପାରୁନାହିଁ ମୁଁ ଯେ ଜମା

ଭଲ ମୁଁ ପାଉଛି ତୋତେ

ଏହି ହୃଦୟ ଭିତରେ

ଆସି ଥରେ କହିଦେ ପ୍ରିୟା

ତୁ ମୋ ଏହି ହୃଦୟରେ ........।

ଗାଁ ମୁଣ୍ଡର ସେ ନୀତି ମନ୍ଦିରେ

ନୀତି ଦେଖା ମୋର

ତୁମ ସାଥିରେ ହେଲେ

କହିପାରେନା ତୁମ ଆଖି ଆଗରେ

ଆସି ଥରେ କହିଦେ ପ୍ରିୟା

ତୁ ମୋ ଏହି ହୃଦୟରେ .......।

ସ୍ୱପ୍ନରେ ପୁଣି ବାସ୍ତବରେ

ମୋତେ ପାଗଳ କରିଛ

ତୁମ ସୁନ୍ଦର ରୂପ ଗୋଲାପିରେ

ପାଗଳ ଭଅଁର ପରି

ବୁଲୁଛି ତୁମ ଆଗ ପଛରେ

ସାହସ ପାଉନି କାହିଁକି କେଜାଣି

ବାସ୍ ....

ଆସି ଥରେ କହିଦେ ପ୍ରିୟା

ତୁ ମୋ ଏହି ହୃଦୟରେ......।

ରୂପ ସାଙ୍ଗକୁ ଆଣିଛୁ

ହସ ନିଆରା ତୁମ ଓଠରେ

ଆଖିରେ କଜଳ ପୁଣି

କେଶ ତୁମ କଳା ବାଦଲରେ

ହଜିଯାଉଛି ମୁଁ ତୁମ ସୁନ୍ଦରତାରେ

ଆସି ଥରେ କହିଦେ ପ୍ରିୟା

ତୁ ମୋ ଏହି ହୃଦୟରେ.......।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract