STORYMIRROR

Narayan Sethi

Abstract Others

3  

Narayan Sethi

Abstract Others

ଦୁହିତା

ଦୁହିତା

1 min
193


ଦୁଇ କୁଳର ହିତ ଯେ କରଇ

ନାମ ଟି ତାର ଦୁହିତା

ନିଜ ପାଈଁ କେବେ ମାଗେ ନାହିଁ ସେତ

ଦୀପ ପରି ଏକ ସେତ ସଳିତା......!!

ଜଳି ଜଳି ସିନା ନିଜେ ପାଉଁଶ ହୁଅଇ

ନା କରେ ସେ କୂଳକୁ ନିନ୍ଦା

ଦୁଇ ପରିବାର ସୁଖ ସେ ଚିନ୍ତଈ

ସହିଯାଏ ସବୁ ଅପନିନ୍ଦା.........!!

ବାପା ଘରେ ସେତ ସଭିଙ୍କର ଗେଲ୍ହା

ଭାଇ ଭଉଣୀ ର ହସ ଖୁସି

ଦୁଇ ପରିବାର ର ସ୍ନେହମୟୀ ସେତ

ଶାଶୁ ଘରେ ସୁନା ବୋହୁ ଗୁଣବତୀ.....!!

ବାପା ପାଈଁ ସେତ ଅଲିଅଳି ଝିଅ

ଘର ପାଇଁ ସେ ଝିଅ ଲକ୍ଷ୍ମୀ

ଶାଶୁ ଘରେ ସେତ କୁଳ ସଳିତା

ବଂଶକୁ ଉଜ୍ଵଳ କରେ

ଜନ୍ମ ଦେଇ ନାତି ହଉ କି ନତୁଣୀ.....!!

ନିଜ ଘରେ ହସି ଖେଳି ସେତ

ଘରେ କରୁଥିଲା ଅଳୀ ଅଝଟ

ସେ ଝିଅ ପୁଣି ଶାଶୁ ଘରେ ଯାଇ

ତା ସ୍ନେହ ଶ୍ରଦ୍ଧା ବାଣ୍ଟି ନୀତି

ସେ ଘରକୁ କରୁଛି ଏକ ମନ୍ଦିର.......!!

ନିଜ ଘରେ ଭାରି ରାଗି ରୁଷି

କରୁଥିଲା ସେତ ସଭିଙ୍କ ଉପରେ ଈର୍ଷା

ଶାଶୁ ଘରେ ଆସି ବଦଳି ସେ ଗଲା

ସଭିଙ୍କ ମନ ଜାଣି କରିଥାଏ ସେତ

ବ୍ୟବହାର ସାଙ୍ଗକୁ ତା ହାତ ରନ୍ଧା ଖାଦ୍ୟ ପରସା.....!!

କେବେ ପୁଣି ସିଏ ଝିଅ

ପୁଣି କେବେ ସିଏ ବୋହୁ

କେବେ ସେ ଦିଏ ମା ର ମମତା

ପୁଣି କେବେ ସେତ ଶାଶୁ........!!

ଦୁଇ କୁଳର ହିତ ଯେ କରଇ

ନାମ ଟି ତାର ଦୁହିତା

ନିଜ ପାଈଁ କେବେ ମାଗେ ନାହିଁ ସେତ

ଦୀପ ପରି ଏକ ସେତ ସଳିତା......!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract