STORYMIRROR

Narayan Sethi

Classics Others

4  

Narayan Sethi

Classics Others

ସତ ମିଛ

ସତ ମିଛ

1 min
261


ସତ ମଣିଷର ସ୍ଥାନ ନାହିଁ ଏଠି

ସତର ସ୍ଥାନ କାହା ପାଈଁ ଶେଷ

ମିଛ ମଣିଷର ସ୍ଥାନ ଅଛି ଏଠି

ମିଛ ର ସ୍ଥାନ କାହା ପାଈଁ ଆରମ୍ଭ...!!

ସତ ସିନା ଦୁନିଆଁରେ କଷ୍ଟ ଦିଏ

ହେଲେ ସତର ହିଁ ଜିତ ହୁଏ

ମିଛ ସିନା ଦୁନିଆଁରେ ହସ ଦିଏ

ହେଲେ ସତକୁ ଜିତି ପାରେନା.....!!

କହିବାକୁ ଯାଇ ସତ

ହୁଅଇ ହଟହଟା

ବିପଦ ବି ସାଥେ ଚାଲେ

କିନ୍ତୁ ବଞ୍ଚିବାର ମାନେ ନୁହେଁ ଯେ

ମିଛର ସାହାରା ନେଇ

ଫସି ରହିଯିବା ଜୀବନ ଜାଲେ....!!

ସତ ହିଁ ପ୍ରକୃତ ପଥ

ଯାହା ନିଜକୁ ପ୍ରସ୍ତୁତ କରିବ

ଅନେକ ରୁ ଭିନ୍ନ ଧରଣର ଏକା

ମିଛ ନୁହେଁ ଏକ ପଥ

ଯାହା ନିଜକୁ ଅନ୍ୟ ଆଗରେ

ପ୍ରକାଶିତ କରିବାକୁ ନୁହେଁତ

ପ୍ରକୃତରେ ମୁଖ୍ୟ ବାଟ......!!

ସତ କର୍ମ ଦିଗଦର୍ଶନ

ଭଗବାନ ଙ୍କ ଆପଣାର

ମିଛ କର୍ମ ଦିଗହରା ସେତ

ରାକ୍ଷସର ଅତି ନିକଟର....!!

ସତ ମଣିଷର ସ୍ଥାନ ନାହିଁ ଏଠି

ସତ ର ସ୍ଥାନ କାହା ପାଈଁ ଶେଷ

ମିଛ ମଣିଷର ସ୍ଥାନ ଅଛି ଏଠି

ମିଛର ସ୍ଥାନ କାହା ପାଈଁ ଆରମ୍ଭ....!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics